
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ସ୍ୱାସ୍ଥ୍ୟ ବିଭାଗ ଓ ସେକ୍ଟର ୨୦ ନେହେରୁପାଲି ସ୍ଥିତ ଏକତା କ୍ଲଷ୍ଟର ମହିଳା ମହାସଂଘର ସହଭାଗିତାରେ ଅଟଳ ସ୍ୱଚ୍ଛତା ଅଭିଯାନ ଗୃପ ମାଧ୍ୟମରେ ନେହେରୁପାଲି ଓ ମିଶ୍ରଖଟାଲ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । ସମାଜସେବୀ ଗଣେଶ ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାରାୟଣ ସିଂ, ଧିରେନ୍ଦ୍ର ଓଝା, ମିଶ୍ର ଖଟାଲର ସଭାପତି ରମେଶ ଯାଦବ, ଏକତା ଗୃପର ସଭାପତି ଲିଲିମା ଜୟସିଂହ, ଗୋକୁଳି ମହାପାତ୍ର, ଅମୂଲ୍ୟ ରାଉତ, ମହେଶ୍ୱର ଜେନା, ରୀତା ମହାପାତ୍ର, ଜାନକୀ ଦେବୀ, ଆଲୋକ ଜୟସିଂହ, ଗୀତା, ପୁନମ୍, ଶିବକୁମାରୀ, ଗଙ୍ଗା, ଯମୁନା, ସରସ୍ଵତୀ, ସୁକାନ୍ତି, ଜ୍ଞାତି ଦେବୀ, ରାଧିକା, ଗୌରୀ, ରଣବୀର, ରିତେଶ ପ୍ରମୁଖ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଭାଗନେଇଥିଲେ । ସୂଚନାଯୋଗ୍ୟ ଯେ, ଏହି ଅଟଳ ସ୍ୱଚ୍ଛତା ଅଭିଯାନ ଗୃପ ପ୍ରତ୍ୟେକ ରବିବାର ଦିନ ସକାଳ ୧ ଘଣ୍ଟା ସ୍ୱଚ୍ଛତା କାର୍ଯ୍ୟକ୍ରମ କରିବ ବୋଲି ଜଣାପଡିଛି ।