pakka

ପାଣି ନାହିଁ ତ ଭୋଟ ନାହିଁ : ବଡଟିକା ଶ୍ରୀରାମ ଯୁବକ ସଂଘ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହେଲେ ଜିଲ୍ଲାର ଅନେକ ଅଞ୍ଚଳ ଜଳସେଚିତ ହୋଇପାରିବ । ତେବେ ଆଗଲପୁର ବ୍ଲକ ଅନ୍ତର୍ଗତ ଝରନିପାଲି, ନଅଗାଁ (ଖ), ବଡଟିକା, ବେନ୍ଦ୍ରା ଓ ନୁନିଆପାଲି ପଞ୍ଚାୟତ ଏହି ସୁବିଧାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଏଥି ସହିତ ବଡଟିକା ପଞ୍ଚାୟତର ମହାଦୁର୍ନୀତିକୁ ନେଇ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପ୍ରିନ୍ସିପାଲ ସଚିବଙ୍କୁ ଗତ ବର୍ଷକ ତଳେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ । ଆଗଲପୁର ବ୍ଲକର ଉପରୋକ୍ତ ପଞ୍ଚାୟତ ଗୁଡ଼ିକୁ ଜଳସେଚନ ସୁବିଧା ସମେତ ବଡଟିକା ପଞ୍ଚାୟତ ମହାଦୁର୍ନୀତିର ଉପଯୁକ୍ତ ତଦନ୍ତ ଦାବି ଉପରେ ସରକାର କୌଣସି ପଦକ୍ଷେପ ନ ନେଲେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବର୍ଜନ କରିବା ପାଇଁ ଶ୍ରୀରାମ ଯୁବକ ସଂଘ, ବଡଟିକା ତରଫରୁ ଚେତାବନୀ ଦିଆଯାଇଛି । ଏହି ମର୍ମରେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ, ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର, ୫-ଟି ଅଧ୍ୟକ୍ଷ ଏବଂ ବଲାଙ୍ଗିର ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କୁ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି ।

jay balangir
Leave A Reply

Your email address will not be published.

thirteen − 11 =