pakka

କେନ୍ଦ୍ରିକଳା ଗ୍ରାମରେ ମା’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ

bbehera

ବଣାଇ, (ହବିବ ମହମ୍ମଦ) : ଐତିହାସିକ କେନ୍ଦ୍ରିକଳା ଗ୍ରାମ ନିଜ କଳା କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପାଇଁ ରାଜାରାଜୁଡ଼ା କାଳରୁ ଖ୍ୟାତି ସମ୍ପନ୍ନ । ପ୍ରତିବର୍ଷ ଭଳି ଏବର୍ଷ ପାରମ୍ପରିକ ପ୍ରଥା ଅନୁଯାୟୀ ମା’ ଲକ୍ଷ୍ମୀଙ୍କ ପୂଜା ଅତି ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅନେକ କାର୍ଯ୍ୟକ୍ରମ ମଧ୍ୟରୁ ଆଜି ସନ୍ଧ୍ୟା ରେ ଅରକେଷ୍ଟ୍ରା କାର୍ଯ୍ୟକ୍ରମ ଅତି ଯାକଜମଗରେ ଆୟୋଜିତ ହୋଇଥିଲା । ଗ୍ରାମର ନାଇନ ଷ୍ଟାର ଏଭର ଗ୍ରୀନ କ୍ଲବର ସମସ୍ତ ନୂତନ ଏବଂ ପୁରାତନ ସଭ୍ୟଙ୍କ ଉପସ୍ଥିତିରେ ବୁଦ୍ଧିଜୀବୀ ପ୍ରଦ୍ୟୁମ୍ନ ତ୍ରିପାଠୀ ମାନସ ରଞ୍ଜନ ପତି ତୀର୍ଥରାଜ ମହାରଣା ସରପଞ୍ଚ ଉଗ୍ରସେନ କିସାନ ପ୍ରମୁଖ ନଡ଼ିଆ ବାଡେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସୁଦୂର କଟକର ନାମୀ ଅରକେଷ୍ଟ୍ରା ସୁର ସାରେଗାମାର କଳାକାରମାନେ ମନ କିଣିନେଲା ଭଳି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଆରକ୍ଷୀ ଅଧିକ୍ଷକ ସ୍ୱରାଜ ଦେବତାଙ୍କ ଉପସ୍ଥିତିରେ ଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

jay balangir
Leave A Reply

Your email address will not be published.

17 − two =