pakka

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ପୋକସୋ କୋର୍ଟ ବିଚାରପତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ବଲାଙ୍ଗିର ପୋକସୋ କୋର୍ଟ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଅଭିଯୁକ୍ତ ପୁଇଁତଲା ଥାନା ମହାକୁରପାଲିର ସଦାନନ୍ଦ ନାଗ (୨୬) ଗତ ୨୦୧୭ ମସିହା ମେ’ ୧୭ ତାରିଖ ଦିନ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସଦର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସଦାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବଲାଙ୍ଗିର ପୋକ୍ସୋ କୋର୍ଟ ବିଚାରପତି ଗୋପବନ୍ଧୁ ଗଡନାୟକ ଆଜି ମାମଲାର ଶୁଣାଣି କରିଛନ୍ତି । ୧୬ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ ଓ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ଅଧିକ ୨ ବର୍ଷ ଜେଲ ପାଇଁ ଆଦେଶ ଦେଇଛନ୍ତି । ପୀଡିତାଙ୍କୁ ୪ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଡ଼ିଏଲ୍‌ଏସ୍‌ଏକୁ ନିର୍ଦେଶ ଦେଇଥିବା ସରକାରୀ ଓକିଲ ପ୍ରିୟରଞ୍ଜନ ବହିଦାର ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

13 + 4 =