pakka

ରୂପକ ହନୁମାନ ହତ୍ୟା ମାମଲା, ଅନ୍ୟତମ ଅଭିଯୁକ୍ତ ଲିଚୁ ଗିରଫ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଜଡାମୁଣ୍ଡା ଗ୍ରାମର ରୂପକ ହନୁମାନ ଓରଫ କିଲୁ ହତ୍ୟାକାଣ୍ଡର ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ଲୋଇସିଂହା ପୋଲିସ । ଦୀର୍ଘ ୧୮ ମାସ ପରେ ବଲାଙ୍ଗିର ରେଲଷ୍ଟେସନରୁ ଅଭିଯୁକ୍ତ ସତ୍ୟଜ୍ୟୋତି ବାଗ ଓରଫ ଲିଚୁକୁ ପୋଲିସ ଗିରଫ କରିଛି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମତେ, ଗତ ୨୦୨୨ ଏପ୍ରିଲ ୩୦ ରାତିରେ ଲୋଇସିଂହା ହସ୍ପିଟାଲ ଛକରେ ଜଡାମୁଣ୍ଡା ଗ୍ରାମର ରୂପକ ହନୁମାନ ଓ ସରୋଜ ବିଶିଙ୍କୁ କିଛି ଦୁବୃର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ରୂପକଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରଠାରୁ ସତ୍ୟଜ୍ୟୋତି ଫେରାର ଥିଲା । ଆଜି ଟ୍ରେନ ଯୋଗେ ସେ ବଲାଙ୍ଗିର ଆସୁଥିବା ଖବର ପାଇ ଲୋଇସିଂହା ପୋଲିସ ଏସ୍‌ଆଇ ଅବିନାଶ ନାୟକ, ଏଏସ୍‌ଆଇ ସତ୍ୟବାନ୍ ପଧାନ, କନେଷ୍ଟବଳ ଘନଶ୍ୟାମ କନ୍ଧେର ପ୍ରମୁଖ ସେଠାରୁ ସତ୍ୟଜ୍ୟୋତି ଓରଫ ଲିଚୁକୁ କାବୁ କରିଥିଲେ । ବୁଧବାର ଦିନ ଅଭିଯୁକ୍ତ ଲିଚୁକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଯାଜ୍ଞସେନୀ ନାୟକ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

8 + 3 =