pakka

ମୁରିବାହାଲ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera
  • ୨୭୬ଟି ପ୍ରକଳ୍ପ ପାଇଁ ୧୧କୋଟି ଟଙ୍କାର ଅନୁଦାନ ମଞ୍ଜୁର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଆମ ଓଡ଼ିଶା ନବୀନ ଓଡ଼ିଶାର ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବଲାଙ୍ଗିର ଜିଲ୍ଲା ପାଇଁ ମୋଟ ୧୫୮ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୯୧୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଲେଖାଏଁର ୧୧ କୋଟି ଟଙ୍କାର ୨୭୬ଟି ପ୍ରକଳ୍ପ ଅନୁମୋଦନ କରାଯାଇଥିବା ଜଣାପଡ଼ିଛି । ଏହା ସହିତ ହଳଦୀ କଣ୍ଟାବାଞ୍ଜି ଭାୟା ଚାଉଳସୁଖା ପୂର୍ତ୍ତ ରାସ୍ତା ପାଇଁ ୪୫ କୋଟି ଟଙ୍କା, କଣ୍ଟାବାଞ୍ଜି ଟିକ୍ରାପଡା ଭାୟା ଗୁଡ଼ିଘାଟ ପୂର୍ତ୍ତ ରାସ୍ତା ପାଇଁ ୬୦କୋଟି ଟଙ୍କା, ମୁରିବାହାଲରେ ନିର୍ମିତ ନୂତନ ହସପିଟାଲ କୋଠା ପାଇଁ ୧୧କୋଟି ଟଙ୍କା, ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧କୋଟି ୬୦ଲକ୍ଷ ଟଙ୍କା, ଡିଗ୍ରୀ କଲେଜ ପାଇଁ ୧କୋଟି ଓ ଯୁକ୍ତ ଦୁଇ କଲେଜ ପାଇଁ ୫୦ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ଶ୍ରୀ ପାଣ୍ଡିଆନ ଘୋଷଣା କରିଥିଲେ । ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ ବ୍ଲକ ତରଫରୁ ଆଭାସି ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଏପିଡି ତରଣୀସେନ ସୁନା, ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ଗହୀର, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ପୂର୍ବ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ଏଇଇ ଅବିନାଶ ମୁଦି, ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡି, ଜିପିଇଓ ଏନଜେ ଥିଓଫିଲ, ଏପିଓ ବସନ୍ତ ବଳିଆର ସିଂହ, ବିଏସ୍‌ଏସ୍‌ଓ ରିଙ୍କୁ ମେହେର, ଡବ୍ଲୁଇଓ ଭୀମରାମ ମାଝୀ, ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆର୍‌ଏସ୍‌ଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ, ଏମ୍‌ବିକେ, ସିଆର୍‌ପି ଓ ବ୍ଲକର ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ହଜାର ହଜାର ମହିଳାମାନେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

2 × four =