pakka

କପିଲାଭଟା ଗାଁରେ ଗିରିଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ପାଇଁ ଏକ ପ୍ରସ୍ତୁତି ସ୍ଥାନୀୟ ପୁରୁଣା ମିଲଘର ଛକଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ଗ୍ରାମର ଲୋକମାନେ ଉପସ୍ଥିତ ରହି କିପରି ଭାବେ ଗିରିଗୋବର୍ଦ୍ଧନ ପୂଜା କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆସନ୍ତା ୧୩ ତାରିଖ ଦିନ ଅପରାହ୍ନ ୪ ଘଟିକାରେ କଳସଯାତ୍ରା, ସନ୍ଧ୍ୟା ୬ ଘଟିକାରେ ଡ୍ୟାନ୍ସ ଧମାକା, ୧୪ ତାରିଖ ଦିନ ପୂଜା ଆରମ୍ଭ, ସନ୍ଧ୍ୟାରେ ୮ ଘଟିକାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ୧୫ ତାରିଖ ଦିନ ପୂଜା ପୂର୍ଣ୍ଣାହୂତି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ଏଥିରେ ବୀର ହଂସ, ଚତୁର ହଂସ, ପାର୍ଥ ହଂସ, ମନମଥ ହଂସ, ବୈଷ୍ଣବ ହଂସ, ଯୁବରାଜ ହଂସ, ସୁରେନ୍ଦ୍ର ହଂସ, କର୍ଣ୍ଣ ହଂସଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

13 − 5 =