pakka

ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସ ସମାରୋହ ତଥା ପାଲେଷ୍ଟାଇନ ସଂହତି ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟଠାରେ ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସ ସମାରୋହ ତଥା ପାଲେଷ୍ଟାଇନ ସଂହତି ଦିବସ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ପାଳନ କରାଯାଇଛି । ଏହି ଉତ୍ସବରେ ଲାଲ ପତାକାକୁ ଉତ୍ତୋଳନ କରିଥିଲେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସାଥୀ ଶିବରାମ ମାଝି । ଉକ୍ତ ଉତ୍ସବରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତିର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ଆଶା କର୍ମୀ, ପାଚୀକା ସହାୟିକା, ନିର୍ମାଣ ଶ୍ରମିକ, ଗୋଳାବାଦୁଦ ମଜଦୁର ୟୁନିୟର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଗତ ମାସରେ ବ୍ୟକ୍ତିଗତ କାରଣରୁ ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର ଇସ୍ତାଫା ପ୍ରଦାନ କରିଥିଲେ । ତାହା ଆଜି ସଭାରେ ଗୃହୀତ କରାଯାଇଥିଲା ଏବଂ ଆଗାମୀ ଜିଲ୍ଲା ସମ୍ମିଳନୀ ପର୍ଯ୍ୟନ୍ତ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ସାଥୀ ତିର୍ଥ ପ୍ରଧାନଙ୍କୁ ଜିଲ୍ଲା ସଭାପତି, ଶିବରାମ ମାଝିଙ୍କୁ ଉପ-ସଭାପତି ଏବଂ ମନୋଜ ଗୌଡଙ୍କୁ କାର୍ଯ୍ୟକାରୀ ସଭାପତି ରୂପେ ଚୟନ କରାଯାଇଥିଲା । ଏଥିରେ ସାଏବୁ ନନ୍ଦ, ଦୁର୍ଯ୍ୟୋଧନ ବିଶ୍ୱାଲ, ଜଗବନ୍ଧୁ ବେହେରା, ସରସ୍ୱତୀ ଶର୍ମା, ଯଶୋବନ୍ତି ବେହେରା, ଜୁଲି କେନେଡି, ମାଧବୀ କଲତା, ପାଣ୍ଡବ ଭୋଇ, ହରପ୍ରୀୟା କୁମ୍ଭାର ଓ କୁମୁଦିନି ବାଗ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସାଥୀ ପ୍ରବୀର କୁମାର କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 × 2 =