pakka

ନିଜ ପଞ୍ଚାୟତ ଛାଡ଼ି ଅନ୍ୟ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ : ଭୋଟର ଅସନ୍ତୋଷ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଆଦିବାସୀ ଅଧ୍ୟୁଷିତ ୨୧ ପଞ୍ଚାୟତ । ଅନେକ ପଞ୍ଚାୟତରେ ସରପଞ୍ଚ ପଦବୀ, ସମିତି ସଭ୍ୟ ସଂରକ୍ଷଣ ରହିଥିବା ବେଳେ କେତେ ଗୁଡିଏ ପଞ୍ଚାୟତରେ ସମିତି ସଭ୍ୟ, ସରପଞ୍ଚ ପଦବୀ ପାଇଁ ଅଣସଂରକ୍ଷଣ ରହିଛି । କିଛି ସ୍ଥାନରେ ମହିଳା ଓ କିଛି ସ୍ଥାନରେ ପୁରୁଷଙ୍କ ପାଇଁ ସଂରକ୍ଷିତ ରହିଛି । ବହୁ ସରପଞ୍ଚ ପ୍ରାର୍ଥୀ ଆସନ ପ୍ରତି ଲୋଭୀ ରହିଥିବା ଦେଖାଦେଇଛି । ହେଲେ ଏବେ ସମିତି ସଭ୍ୟ ନୂଆ ପ୍ରଣାଳୀ ଆପଣେଇଛନ୍ତି । ଯେମିତି ଜିଲ୍ଲା ପରିଷଦ ପାଇଁ ଟଣାଓଟରା ଚାଲିଛି । ସେହିଭଳି ନିଜ ପଞ୍ଚାୟତରେ ପ୍ରାର୍ଥୀଙ୍କ ପ୍ରତି ଭୋଟର ଓ ସମର୍ଥକ ସାଥୀ ମାନେ ନାଁ ପସନ୍ଦ କରୁଥିବା ବେଳେ ଅନ୍ୟ ପଞ୍ଚାୟତରେ ବସାବାନ୍ଧିଲେଣି ସମିତି ସଭ୍ୟ ପାଇଁ ପ୍ରାର୍ଥୀ । ଅନେକ ପଞ୍ଚାୟତବାସୀ ଏପରି କହିଛନ୍ତି । ଯେଉଁ ବ୍ୟକ୍ତି ନିଜ ପଦବୀରେ ରହିଥିବା ବେଳେ ଗ୍ରାମର କି ଅଞ୍ଚଳର ବିକାଶ କରି ପାରି ନାହାନ୍ତି, ସେ କିପରି ଅନ୍ୟ ପଞ୍ଚାୟତ ପ୍ରାର୍ଥୀ ଭାବେ ଛିଡ଼ା ହେଉଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.

3 × 2 =