ରାଜ୍ୟ ନିର୍ବାଚନ କମିଶନଙ୍କ ପଞ୍ଚାୟତ ନିର୍ବାଚନ ନେଇ ବିଶେଷ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ମୋଟ ୬୭୯୪ଟି ପଞ୍ଚାୟତରେ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଉଥିବା ବେଳେ ଚଳିତ ଥର ଦିନ ଗୋଟାଏ ଯାଏ ବୃଦ୍ଧି କରାଯାଇଛି । ଭୋଟ ଗଣତି ଜିଲ୍ଲା ମହକୁମାରେ ହେବ । ଆଦର୍ଶ ଆଚରଣ ବିଧି ଆଜି ଠାରୁ ରାଜ୍ୟରେ ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ । ଏ ସଂକ୍ରାନ୍ତରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟର୍‌ରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

one + 7 =