କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ୨୫ କେ.ଜି. ଗଂଜେଇ ଜବତ ସହ ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ତଥା କଂଟାବାଂଜି ଅବକାରୀ ରେଂଜ ଓ ବଙ୍ଗୋମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଭୁଷଲାଡ ଗ୍ରାମରୁ ଜଣେ ଗଂଜେଇ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରି ଗଂଜେଇ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ କଂଟାବାଂଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ ଅବକାରୀ ଥାନା ଦ୍ୱାରା ପେଟ୍ରୋଲିଂଗ କରୁଥିବା ବେଳେ ଭୁଷଲାଡ ଗ୍ରାମର ଚୁକଡେଶ୍ୱର ଯୋଷୀ (୫୦) ନାମକ ବ୍ୟକ୍ତି ୨୫ କେ.ଜି. ଗଂଜେଇ ନିଜ ଘରକୁ ନେଇ ଲୁଚାଉଥିବା ବେଳେ ଜବତ କରାଯାଇଛି । ଜବତ ଗଂଜେଇର ମୂଲ୍ୟ ୧ ଲକ୍ଷ ୫୦ ହଜାର ଥିବା ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଅବକାରୀ ବିଭାଗ ଚୁଡକେଶ୍ୱର ଯୋଷୀ ସହ ୨୫ କେ.ଜି. ଗଂଜେଇ ଜବତ କରି ଅବକାରୀ ପି.ଆର. ନଂ. ୩୩/୨୦-୨୧ ରୁଜୁ କରି କଂଟାବାଂଜି କୋର୍ଟ ଚାଲାଣ କରାଯାଇଛି । ପେଟ୍ରୋଲିଂଗ ବେଳେ କଂଟାବାଜି ଅବକାରୀ ରେଂଜ ଭାରପ୍ରାପ୍ତ ଅଧିକାରୀ ବିଶ୍ୱନାଥ ପରିଡା, କଂଟାବାଂଜି ଅବକାରୀ ଥାନା ଅଧିକାରୀ ଅଲେଖ ପୁଟେଲ, ଟିଟିଲାଗଡ ସବଇନ୍ସପେକ୍ଟର ସତ୍ୟନାରାୟଣ ଦାଶ, ଏ.ଏସ.ଆଇ. ଦୟାନିଧି ବାରିକ, ବଲରାମ ପାଢୀ, କନେଷ୍ଟେବଲ ସତ୍ୟଜିତ ସାହୁ, ବୁଲୁ ସେଠି, ସତ୍ୟ ବେହେରା, ଡୋଲେଶ୍ୱର କୁମୁରା, ଦେବାରଚନ କୁମ୍ଭାର, ମମତା ବେହେରା, ଲଲିତା ଭୋଇ, ମୋଡିଲାଲ ସାହୁ, କୁମୁଦିନି ମଲ୍ଲିକ ଓ ସୁରେଶ ଭୋଇ ପେଟ୍ରୋଲିଂଗରେ ସାମିଲ ଥିଲେ ।

Leave A Reply

Your email address will not be published.

20 − 12 =