ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର କନ୍ଦାଗାଡ଼ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନର ପଂଚାୟତସ୍ତରୀୟ କମିଟି ଗଠନ କରିବା ସହିତ ଚାଷୀମାନଙ୍କ ସବୁ ପରିସ୍ଥିତି ସହ ଚାଷୀମାନଙ୍କ ସବୁ ଅସୁବିଧା ସୁବିଧାରେ ଛିଡା ହୋଇ ଚାଷୀମାନଙ୍କ ହକର ଲଢେଇରେ ଲଢ଼ିବା ପାଇଁ ଆହ୍ୱାନ କରିଥିଲେ । ଏକତ୍ରିତ ହୋଇ ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତେ ମତ ଦେଇଥିଲେ । ଏହି ବୈଠକରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଗଙ୍ଗାଧର ଭୋଇ ସଭାପତି, ରାହୁଲ ସାହୁ ଉପ ସଭାପତି, ଭୀମସେନ ସ୍ୱାଇଁ ସମ୍ପାଦକ, ରୋହିତ ବିଶ୍ୱାଳ ସହସମ୍ପାଦକ, ସୀତାରାମ ଖମାରୀ କୋଷାଧ୍ୟକ୍ଷଙ୍କୁ ଚୟନ କରି ସର୍ବ ସମ୍ମତି କ୍ରମେ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ସମସ୍ତ ଗ୍ରାମର ଚାଷୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ, ଗାଇସିଲେଟ ବ୍ଲକରେ ସମସ୍ତେ ମିଶି କାମ କରିବେ ବୋଲି ସଂକଳ୍ପ ନେଲେ । ସବୁ କ୍ଷେତ୍ରରେ କାମ କରି ଚାଷୀମାନଙ୍କ ସମସ୍ତ ଅସୁବିଧାରେ ଲଢେଇ କରିବ ବୋଲି ନିଷ୍ପତି ଗ୍ରହଣ କରାଗଲା ଓ ସବୁ ସମୟରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ସହିତ ମିଶି କାର୍ୟ୍ୟ କରିବ ବୋଲି ବିଚାର କରାଗଲା । ଶେଷରେ ସଭାର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

20 + 4 =