ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୋଲିସ ଡି.ଆଇ.ଜି. ବ୍ରିଜେଶ କୁମାର ରାୟ ଯୋଗ ଦେଇଥିଲେ । ବିଦ୍ୟାଳୟର ଏଲ୍. ଏମ୍. ସି. ସଭ୍ୟ ଏସ୍. କେ. ଯୋଶୀ, ମଞ୍ଜୁଶ୍ରୀ ପାଣିଗ୍ରାହୀ ତଥା ମାନସୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଫେନ୍ସି ଡ୍ରେସ୍, ରେମ୍ପ୍ ୱ।କ୍, ଏକକ ନୃତ୍ୟ, ସଂଗୀତ, ଫୁଲ ଦ୍ୱାରା ସଜ୍ଜିତ ଚିତା, ଦୀପ ସଜା ପ୍ରତିଯୋଗିତା, ସାଲାଡ ପ୍ରସ୍ତୁତି ପ୍ରତିଯୋଗିତା, ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହା ବ୍ୟତୀତ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କେରିଅର୍ ଫେଆର୍ ଆୟୋଜିତ ହୋଇଥିଲା । ଭବିଷ୍ୟତରେ ସେମାନଙ୍କ ଯୋଜନା ପ୍ରସ୍ତୁତି ପାଇଁ ଏହା ନିଶ୍ଚିତ ରୂପରେ ସହାୟକ ହେବ । ବିଦ୍ୟାଳୟର ତ୍ରୟମାସିକ ପତ୍ରିକା ‘ପରଖ’ ଉନ୍ମୋଚିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଗୀତ ଶିକ୍ଷକଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଏକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦର ଭାବରେ ସଂଯୋଜନା କରି ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମ ଦେଖି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ନୃତ୍ୟରେ ପ୍ରଶାନ୍ତି ଜେନା ଏବଂ କୋମଲ ରାଣୀ ସୁତାର, ସଙ୍ଗୀତରେ ସ୍ୱର୍ଣ୍ଣ ରେଖା ମହନ୍ତ ଏବଂ ତପସ୍ୱିନୀ ପତି, ନାଟକରେ ଜୟନ୍ତ ମହାପାତ୍ର ଏବଂ କୁଞ୍ଜ ବୋଷ, ତଥା ଚିତ୍ରାଙ୍କନରେ ସରୋଜ ପାତ୍ର ଥିଲେ ବିଚାରକ ମଣ୍ଡଳୀରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଗଣ, ଜ୍ୟୋତ୍ସ୍ନା ମିଶ୍ର, ସ୍ମିତା ମିଶ୍ର, ପୁଷ୍ପାଙ୍ଗିନୀ ମହାନ୍ତି, ସ୍ମିତା ରାୟ, ଅଳକା ପଟ୍ଟନାୟକ, ଅର୍ଣ୍ଣପୂର୍ଣ୍ଣା ଷଢଙ୍ଗୀ, ଲିଳିମା ମିଶ୍ର, ବବିତା ଗୁପ୍ତା, ଶ୍ୱେଜନ୍ତି ପଟ୍ଟନାୟକ, ମନୀଷା ମିଶ୍ର, ଅନିତା ମଣ୍ଡଳ, ପ୍ରବୀର ମିଶ୍ର, ମନୋରଞ୍ଜନ ସ୍ୱାଇଁ, ସନ୍ତୀ ପୃସେଠ, ସ୍ମିତା ସୁଚରିତା, କନକ ଲତା ମିଶ୍ର ଓ ଅରିଜିତା ଦାଶଗୁପ୍ତା ପ୍ରମୁଖ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ସହଯୋଗ କରିଥିଲେ, ନୃତ୍ୟ ଗୁରୁ ଜ୍ୟୋତିଶ୍ରୀ ମହାପାତ୍ର ଏବଂ ସଙ୍ଗୀତରେ ପୁଲିନ ଚନ୍ଦ୍ର ରାଉତ ରାୟ ଏବଂ ବିନୋଦ କୁମାରଙ୍କ ସହଯୋଗରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସୁନ୍ଦର ରୂପରେଖ ପାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଏବଂ ସହ ସଂଯୋଜକ ବିଜୟ କୁମାର ମିଶ୍ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ନିଜର ସ୍ନେହାଶିର୍ବାଦ ପ୍ରଦାନ କରିଥିଲେ । ଏହିପରି ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଆୟୋଜନ କରିଥିବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ହୋଇଥିଲା ।