jsm

ପାଇକମାଲରେ ଅଗ୍ରସେନ ଜୟନ୍ତୀ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ଅଗ୍ରୱାଲ ସମାଜ ତରଫରୁ ଅଗ୍ରସେନ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଅଗ୍ରୱାଲ ସମାଜ ରାଜେଶ ଅଗ୍ରୱାଲ ଅଧ୍ୟକ୍ଷତା କରଥିଲେ । ମୁଖ୍ୟ ଅତିଥିଭାବେ ବଲାଙ୍ଗିରର ବବିତା ଅଗ୍ର‌ୱାଲ, ‍ସମ୍ମାନିତ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସତ୍ୟନାରାୟଣ ଅଗ୍ରୱାଲ, ଗୋବର୍ଦ୍ଧନ ଅଗ୍ରୱାଲ, ସବିତା ଜିନ୍ଦଲ, ମୁଖ୍ୟବକ୍ତା ଭାବେ ଡୁଙ୍ଗୁରିପାଲିର ସାମ୍ବାଦିକ କିସନ ଅଗ୍ରୱାଲ ଯୋଗ ଦେଇଥିଲେ । ନିତେସ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ବେଳେ ମାରୱାଡି ଯୁବା ମଞ୍ଚ ସଭାପତି ସୁମିତ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଜି ସକାଳେ ମାରୁୱାଡି ସମାଜ ତରଫରୁ ପାଇକମାଲ ସହର ପରିକ୍ରମା କରି ସ୍ଥାନୀୟ ଧର୍ମଶାଳା ଠାରେ ସମାଜର ବରିଷ୍ଠ ସଦସ୍ୟ ରାମକୁମାର ଗୁପ୍ତା ମହାରାଜ ଅଗ୍ରେସନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୪ଟାରେ ବାସୁ ଗୁପ୍ତା ମହାରାଜା ଅଗ୍ରେସନ ଭୂମିକାରେ ଅଭିନୟ କରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃଜୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ମାରୱାଡି ସମାଜର ୭୦ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କୁ ଅତିଥିମାନେ ସମ୍ମାନିତ କରାଯାଇଥିଲା । ସୁରେଶ ଅଗ୍ରୱାଲ, ନବିନ ଅଗ୍ରୱାଲ, କବି ଅଗ୍ରୱାଲ, ରମେଶ ଅଗ୍ରୱାଲ, ସୁନିଲ ଗୁପ୍ତା, ଚମ୍ପାଲାଲ ଗୁପ୍ତା, ଅମନ ଜିନ୍ଦଲ, ଦିନେଶ ଅଗ୍ରୱାଲ ପ୍ରମୁଖ ବିଭିନ୍ନ କାମରେ ସହଯୋଗ କରିଥିଲେ । ଶେଷରେ ସମାଜର ସମ୍ପାଦକ ସନ୍ତୋଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରଥିଲେ ।

yuvodaya
Leave A Reply

Your email address will not be published.