ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟିର ସଭାପତି ଅଖିଳ ଚନ୍ଦ୍ର ପୁରୋହିତ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିବା ବେଳେ ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠ ନୂଆଁପାଲିର ଆଚାର୍ଯ୍ୟ ଅଜିତ କୁମାର ପଧାନ ଓ ସ୍ଵରଜ୍ୟୋତି କନ୍ୟା ଗୁରୁକୁଳ ନୂଆଁପାଲିର ଆଚାର୍ଯ୍ୟା ବରେନ୍ୟା ବାଗ୍ମୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ନିରୋଗ ରହିବା ପାଇଁ ଯୋଗ ଯେ, ଅପରିହାର୍ଯ୍ୟ ଏହା ଉପରେ ସେମାନେ ତାଙ୍କ ମତବ୍ୟକ୍ତ କରିଥିଲେ । ତାଙ୍କ ସହ ଆସିଥିବା ଆଶ୍ରମର ବ୍ରହ୍ମଚାରୀ ଅଭିଷେକ ପଧାନ, ଶୁଭମ୍ ମାଝୀ ଓ ଆକାଶ ଭୋଇ ଯୋଗାସନ ଶିକ୍ଷା ଦେଇଥିଲେ । ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ବ୍ରହ୍ମଚାରୀ ମାନଙ୍କୁ କଲେଜ ତରଫରୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ଏବଂ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଯୋଗାଭ୍ୟାସରେ ସାମିଲ ହୋଇ ଶପଥପାଠ କରିଥିଲେ । ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । କଲେଜର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ । ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.