csstore

ଲରମ୍ଭାରେ ବ୍ରଜମୋହନଙ୍କ ଜନ୍ମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ସ୍ଥିତ ଲରମ୍ଭା ଗ୍ରାମର ପ୍ରମୁଖ ଶିକ୍ଷାକେନ୍ଦ୍ର ଗୁଡିକରେ ପଲ୍ଲୀଶିକ୍ଷା ପ୍ରେମୀ ସ୍ୱର୍ଗତ ବ୍ରଜମୋହନ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ତାଙ୍କର ଜନ୍ମସ୍ଥାନକୁ ଯାଇ ଏନ୍ତୁଡିଶାଳରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ୧୮୯୦ ମସିହା ଜୁନ ୫ ତାରିଖରେ ବୃନ୍ଦାବନ ପଣ୍ଡା ଓ ଚନ୍ଦ୍ରମା ଦେବୀଙ୍କ ଔରସରୁ ଲରମ୍ଭା ଗ୍ରାମରେ ଜନ୍ମହୋଇ ଅଂଚଳରେ ଶିକ୍ଷାର ବିକାଶ ସହ ଜଣେ ପରିବେଶବିତ, କୃଷିବିତ, ସମାଜସେବୀ, କବି ଭାବରେ ତାଙ୍କର ଗୁଣଗାରିମାକୁ ଆଲୋଚନା କରାଯାଇଥିଲା । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇ, ଶିକ୍ଷକ ବିନୟ କୁମାର ନାୟକ, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡା, ଶିକ୍ଷୟିତ୍ରୀ ପଦ୍ମିନୀ ନାୟକ, ସନ୍ତୋଷ କୁମାର ପଣ୍ତା, ଗୁରୁଦେବ କୁଶଲ, ଡ. ଅଜିତ କୁମାର ନାଥ, ପବିତ୍ର କୁମାର ମାହାଣା, ମେଦିନୀକାନ୍ତ ସାହୁ, ଗୋପାଳ ଚନ୍ଦ୍ର ନାୟକ, ସୁଶୀଳ ମହାକୁର, ଲିଂଗରାଜ ପୋଢ, ବିଦେଶୀ ଛନ୍ଦ, ଗିରିଧାରୀ ପୁଟେଲ ସମେତ ଗ୍ରାମର ବହୁ ଶିକ୍ଷାପ୍ରେମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.