ସେକ୍ଟର -୨ କମ୍ୟୁନିଟ୍‌ ସେଣ୍ଟର୍ ଯୋଗକେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଦ୍ଵାରା ସଞ୍ଚାଳିତ ସେକ୍ଟର -୨ ସ୍ଥିତ କମ୍ୟୁନିଟ୍‌ ସେଣ୍ଟର୍ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ଶିକ୍ଷକ ତଥା ଜିଲ୍ଲା ବିଏସ୍‌ଟି ପ୍ରଭାରୀ ନରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଉପପ୍ରବନ୍ଧକ(କ୍ରୀଡା )ଆର. ଏନ୍ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରାରମ୍ଭିକ ସଂଗୀତ ଓ ଗୁରୁ ବନ୍ଦନା ଗାନ କରିଥିଲେ ମନୋରମା ମୁଦୁଲି, ପ୍ରକାଶିନି ଭଞ୍ଜ ଓ ସରସ୍ଵତୀ କାନ୍ତା । ଏହି କେନ୍ଦ୍ରର ଅନ୍ୟତମ ଯୋଗ ଶିକ୍ଷକ ଉର୍ମିଳା ସାହୁ କେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଶ୍ରୀ ପାଢ଼ୀ ତାଙ୍କ ଭାଷଣରେ ଯୋଗର ବିସ୍ତାର ଉପରେ ଗୁରୁତ୍ୱ ଦେବା ସହିତ ଲୋକଙ୍କ ମନରେ ସଚେତନତା ଜାଗ୍ରତ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷ ଅତିଥି ପ୍ରିୟଦର୍ଶିନୀ ପାଢ଼ୀ ଯୋଗର ଉପକାରିତା ଉପରେ ନିଜର ମତାମତ ଓ ଏହାର ପ୍ରଭାବ ଉପରେ ଚର୍ଚ୍ଚା କରିବା ସହିତ ମହିଳାମାନେ ଘରେ ଏତେ କାମ କରିବା ପରେ ଯୋଗ ପାଇଁ ସମୟ ଦେଇ ପାରୁଥିବାରୁ ତାର ଭୂୟସୀ ପ୍ରଶଂସା କରିଥିଲେ । ଭାରତ ସ୍ୱାଭିମାନ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା ଓ ଏହାଦ୍ୱାରା ବ୍ୟକ୍ତି, ସମାଜ ଓ ଦେଶର ଆର୍ଥିକ ପ୍ରଗତିରେ ଯୋଗର ଅବଦାନ ଉପରେ ବ୍ୟକ୍ତବ୍ୟ ରଖିଥିଲେ । ବିଶେଷ ଭାବରେ ରାଉରକେଲା ଇସ୍ପାତ କାରଖାନା ତରଫରୁ ସମସ୍ତ କମ୍ୟୁନିଟ୍‌ ସେଣ୍ଟର୍‌ ଗୁଡିକରେ ଯୋଗକେନ୍ଦ୍ର ପାଇଁ ସ୍ଥାନ ଦେଇଥିବାରୁ ତାର ପ୍ରଶଂସା କରିବା ସହିତ ଯୋଗକୁ ବିଶ୍ଵ ଦରବାରରେ ପ୍ରଚାର ପ୍ରସାରରେ ପରମ ପୂଜ୍ୟ ମହାରାଜ ଯୋଗଋଷିଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନୀ ସ୍ୱାଇଁ, ଜିଲ୍ଲା ବି. ଏସ୍‌ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ପିୱଇଏସ୍‌ ପ୍ରଭାରୀ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ୍‌ ମିଡ଼ିଆ ପ୍ରଭାରୀ ଆରତୀ ଦାଶ, କମ୍ୟୁନିଟ୍‌ ସେଣ୍ଟର୍‌ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଓ ସଂପାଦକ ପ୍ରଶାନ୍ତ କୁମାର ବିହାରୀ ତାଙ୍କ ଅଭି ଭାଷଣରେ ଯୋଗ ସୁସ୍ଥ ଓ ନିରୋଗ ଜୀବନ ପାଇଁ ବିନା ଅର୍ଥରେ ଏକମାତ୍ର ମାର୍ଗ ବୋଲି ମତ ପୋଷଣ କରିଥିଲେ । ଯୋଗକୁ ବ୍ୟାପକତା କରିବା ସହିତ ଯୋଗ କେନ୍ଦ୍ରର ବିସ୍ତାର କରିବା ଉପରେ ଗୁରୁତ୍ଵ ଦେଇଥିଲେ । ପରିଶେଷରେ ଯୋଗ ନୃତ୍ୟ ପରିବେଷଣ କରିଥିଲେ ଛୋଟ ଛୋଟ ଛୁଆମାନେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମନୋରମା ମୁଦୁଲି । ସମସ୍ତ ସହୋଯୋଗ କରିଥିଲେ କମ୍ୟୁନିଟ୍‌ ସେଣ୍ଟରର କାର୍ଯ୍ୟକର୍ତ୍ତା ମାନେ । ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ କୌଶଲ୍ୟା ପୃଷ୍ଟି, ଶଶିକଳା ସାହାଣୀ, ଶୁଭଶ୍ରୀ ନାୟକ, ଶାନ୍ତିଲତା ବାରିକ, ସାଧକ ସାଧିକା ଦେବରାଜ ଭଞ୍ଜ, ଗୌରୀ ଶଙ୍କର ପାଣିଗ୍ରାହୀ, ମମତା ମହାନ୍ତି, ସଂଯୁଲତା ସିଂ, ସ୍ନେହ, ସୁଭାଷିନୀ, ସୁରଭୀ, ବ୍ରହ୍ମା ବିନ୍ଧାଣୀ, କାଞ୍ଚନ, କାଶ୍ମୀର, ଦିଲୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

12 − seven =