କଳାକାର ସମ୍ମିଳନୀରେ କଳାକାରଙ୍କୁ ଭେଟିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳାକାର ସମ୍ମିଳନୀରେ କଳାକାରଙ୍କୁ ଭେଟିଛନ୍ତି ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ଆଜି ମଧ୍ୟାହ୍ନରେ ବଲାଙ୍ଗିର ମୀନା ଟେଣ୍ଟ ହାଉସ୍‌ରେ ପୂର୍ବତନ ବଲାଙ୍ଗିର ସଦର ବ୍ଲକ୍‌ ଅଧ୍ୟକ୍ଷ ଗୋଲାପ ବାଗଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ପକ୍ଷରୁ କଳାକାର ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ କଳାକାରମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କ ସମର୍ଥନ ଲୋଡ଼ିଛନ୍ତି କଳିକେଶ । ବିରୋଧୀଙ୍କ ଛଳନାରେ ନପଡ଼ି ସେମାନଙ୍କ ଦ୍ୱାରା ପୂର୍ବରୁ ବଲାଙ୍ଗିରରେ କରାଯାଇଥିବା ଜନବିରୋଧୀ କାମକୁ ଲକ୍ଷ୍ୟ କରନ୍ତୁ ଏବଂ ବିକଶିତ ବଲାଙ୍ଗିର ଗଠନ ପାଇଁ ବିଜେଡ଼ିକୁ ଭୋଟ୍‌ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ସେ କଳାକାରମାନଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

one × 2 =

error: Content is protected !!