ଭାଲୁମୁଣ୍ଡାରେ ଆମ ଓଡ଼ିଶା ଓ ବଣିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୨୩ ୟୁନିଟ ରକ୍ତ ସଂଗ୍ରହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗାଁର ଗଙ୍ଗାଧର ମେହେର ଧର୍ମଶାଳା ଠାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାଲୁମୁଣ୍ଡା ବଣିକ ସଂଘ ଓ ଆମ ଓଡ଼ିଶା ସମ୍ବାଦର ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଖବର କାଗଜର ଭାଲୁମୁଣ୍ଡା ପ୍ରତିନିଧି ତଥା କାର୍ଯ୍ୟକ୍ରମର ସଂଯୋଜକ ରାଧେଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ୍‌ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ମାନୀୟ ଅତିଥି କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ଉପସଭାପତି ଅଶୋକ ନାରାୟଣ ଭୋଇ, ସମ୍ପାଦକ ତଥା ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, କଣ୍ଟାବାଞ୍ଜି କଳିଙ୍ଗ ଟିଭିର ପ୍ରତିନିଧି ଦୀପକ ଯାଦବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଆୟୋଜକ ମାନଙ୍କୁ ଭୂୟଂଶୀ ପ୍ରସଂଶା କରିଥିଲେ । ଏହି ଶିବିରରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ରକ୍ତଦାତାମାନେ ହେଲେ ଫକୀର ମେହେର, ଲକ୍ଷ୍ମଣ ମେହେର, ଅମୀର ମେହେର, ଗୋପାଳ ମେହେର, ବାବୁଲାଲ ମେହେର, ବିନୋଦ ମେହେର, ସୁଶାନ୍ତ ମେହେର, ତେଜୁରାମ ମେହେର, ସନ୍ତୋଷ ମେହେର, ରାଜେନ୍ଦ୍ର ମେହେର, ରଞ୍ଜନ ମେହେର, ରାଜେଶ ମେହେର, କୃଷ୍ଣ ମେହେର, ସୁଜାତା ମେହେର, ଚୂଡାଙ୍ଗଦେବ ସଗରିଆ, ରୀଙ୍କୁ ମେହେର, ରଞ୍ଜନ ପ୍ରଧାନ, ଜନକ ମେହେର, ସୁବାସ ମେହେର, ଦୀପକ ପୁଞ୍ଜି, ଜୁଜେଷ୍ଟି ପୁଟେଲ ପ୍ରମୁଖ ରକ୍ତଦାନ କରିଥିଲେ । ରକ୍ତଦାତା ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ଭାଲୁମୁଣ୍ଡା ବଣିକ ସଂଘ ସଭାପତି ଫକୀରମେହେର କହିଥିଲେ । କଣ୍ଟାବାଞ୍ଜି ରକ୍ତଭଣ୍ଡାରର ଏଲ.ଟି ସୁନିତା ଭୋଇ, ଶିବ କୁମାର ସାହୁ, କୁନାଲ ଦାସ, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରକ୍ତଦାନ ସମୟରେ ଗଙ୍ଗାଧର ମେହେର ଧର୍ମଶାଲାର କର୍ମକର୍ତ୍ତା ସୋନୁ ମେହେର, ମନୁ ମେହେର, ଗୋପାଲ ମେହେର, ସୁଧୀର ମେହେର, ଟିଙ୍କୁ ମେହେର, ଭକ୍ତବନ୍ଧୁ ସାହୁ, ଭାଲୁମୁଣ୍ଡା ବଣିକ ସଂଘର ସଭାପତି ଫକୀର ମେହେର, ସମ୍ପାଦକ ମୋତିଲାଲ ମେହେର, ବାବୁଲାଲ ମେହେର ପ୍ରମୁଖ ସହଯୋଗ କରିଥିଲେ

Leave A Reply

Your email address will not be published.

7 + seventeen =

error: Content is protected !!