ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ ଖେଳ ପଡିଆ ଠାରେ ରବିବାର ଦିନ ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଶାରୀରିକ ଶିକ୍ଷା ନିରିକ୍ଷକ ପ୍ରବୀଣ କୁମାର ପାତ୍ର ମୁଖ୍ୟ ଅତିଥି, ଜ୍ଞାନ ବିହାର ବିଦ୍ୟାପିଠର ସଂଚାଳକ ସୁରେନ୍ଦ୍ର ସାହୁ ସମ୍ମାନିତ ଅତିଥି, ସ୍କୁଲର ସଭାପତି ସଚିଦାନନ୍ଦ ବାଗ ଅତିଥି ଭାବେ ଯୋଗଦେଇ ପରିକ୍ଷାରେ ଉନ୍ନୀତ ହୋଇଥିବା କରାଟେକାଙ୍କୁ ମାନପତ୍ର ଓ ବେଲ୍ଟ ପ୍ରଦାନ କରିଥିଲେ । ମୋଟ୍‌ ୩୦ ଜଣ କରାଟେ ପରୀକ୍ଷା ଦେଇଥିବା ବେଳେ ୨୬ ଜଣ ଉଭୟ ବାଳିକା ଓ ବାଳକ କରାଟେ କୃତି ହାସଲ କରିଥିଲେ । ୟେଲୋ ବେଲ୍ଟରେ ଅନନ୍ୟା ଅନ୍ୱେଷା ସାହୁ, ତ୍ରିଶା ମାଝି, ଖ୍ୟାଇଶ ବନଛୋର, ମିନି ଠେଲା, ଯଶୋବନ୍ତ କୁମ୍ଭାର, ଅଦ୍ୱିକ ଶତପଥୀ । ଓରେଞ୍ଜ ବେଲ୍ଟରେ ଅଶିଂକା ମହାନ୍ତି, ପ୍ରତିକ ଦଳ ବେହେରା, ସାଇ ଶ୍ରୀୟାଂଶି ବନଛୋର, କାବ୍ୟାରାଣି ହଂସ, ଆରାଧ୍ୟା ରାଣି ସାହୁ, ରିକନ ସାହୁ, ସୃଷ୍ଟି ରାଉତ, ଆରୟାହି ଦାସ, ଦର୍ଶିତା ନାୟକ ରହିଛନ୍ତି । ସେହିପରି ଗ୍ରୀ ବେଲ୍ଟରେ ଲକ୍ଷ୍ୟ ଗୁପ୍ତା, ଜସମିନ୍‌ ସାହୁ, କ୍ରେୟାଂଶ ଲେଙ୍କା, ହର୍ଷିତା ସିଂ ପାଇଥିବା ବେଳେ ବ୍ଲୁ ବେଲ୍ଟ ଅନୁଷ୍କା ପଟ୍ଟନାୟକ ଓ ଆନନ୍ଦିତା ସାହୁ ଉନ୍ନୀତ ହୋଇଥିଲେ । ବ୍ରାଉନ୍‌ ବେଲ୍ଟ ଆୟୁଶି ସିଂ ବାରିକ, ଲୋକେଶ ବାଗ, ଅନ୍ୱେଷା ବାଗ ଓ ଆୟୁଶ ରଂଜନ ମେହେର, ବ୍ଲାକ ବେଲ୍ଟରେ ଏକମାତ୍ର ବାଳିକା ଅଭିପସା ହୋତା ସଫଳତାର ସହ ଉନ୍ନୀତ ହୋଇଥିବା ପ୍ରକାଶ । ବେଲ୍ଟ ପରୀକ୍ଷାକୁ ବଲାଙ୍ଗିର କରାଟେ ସ୍କୁଲର ମୁଖ୍ୟ ତଥା ସଂପାଦକ ହୃଦୟ ଶବରଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରଶେଖର ସେଠ ପରୀକ୍ଷା ପରିଚାଳନା କରିଥିବା ବେଳେ କ୍ରିଷ୍ଣା ନାଏକ, ଅନୁରାଗ ଦାସ, ରେଖା ମନହୀରା, ପୁରୁଷୋତ୍ତମ ବାଗ ସହଯୋଗ କରିଥିଲେ ।

Leave A Reply

Your email address will not be published.

fourteen + five =