ବରିଷ୍ଠ ଲେଖିକା ପୁଷ୍ପାଞ୍ଜଳି ପଟ୍ଟନାୟକଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ବରିଷ୍ଠ ସାହିତ୍ୟିକା ପୁଷ୍ପାଞ୍ଜଳି ପଟ୍ଟନାୟକ (୭୪)ଙ୍କର ରବିବାର ପୂର୍ବାହ୍ନରେ ସ୍ଥାନୀୟ ଗଜପତି ନଗର ୭ମ ଲାଇନ୍ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ସେ କିଛି ଦିନ ଧରି ଚିକିତ୍ସାଧୀନ ଥିଲେ । ସାରସ୍ୱତ ସାଧନା ସହିତ ଦକ୍ଷିଣ ଓଡ଼ିଶାର ପ୍ରଥମ ଗୁରୁ ଭାବରେ ସୁନାମ ଅର୍ଜନ କରିଥିଲେ । ବରିଷ୍ଠ ସାହିତ୍ୟିକା ଭାବେ ୨୦୨୧ ମସିହା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ କଳାକୃତିକୁ ସେ ନିଜ ହାତରେ ଚିତ୍ରକଳା ଅଙ୍କନ, ଚାରୁକଳା ପ୍ରସ୍ତୁତ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେ ଏକାଧାରାରେ ଜଣେ ସୁଗୃହିଣୀ, ସୁସଂଗଠିକା, ସୁଲେଖିକା, ଚିତ୍ରଶିଳ୍ପୀ, ଅଭିନେତ୍ରୀ, ନାଟ୍ୟ ନିର୍ଦ୍ଦେଶିକା, ସାଧୂତାପରାୟଣ ଭାବରେ ସୁପରିଚିତା ଥିଲେ । ପୋଲସରା ନିକଟସ୍ଥ ସାନବର ଗାଁର ଏକ ରକ୍ଷଣଶୀଳ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସୁଲେଖକ ମହେନ୍ଦ୍ର ପଟ୍ଟନାନାୟକଙ୍କ ପୁତ୍ରବଧୂ ତଥା କ୍ରୀଡ଼ାବିତ୍ ଓ ଶିକ୍ଷାବିତ୍ ଶିବପ୍ରସାଦ ପଟ୍ଟନାୟକଙ୍କ ଧର୍ମପତ୍ନୀ । ପୁଷ୍ପାଞ୍ଜଳି ନିଜର ସାଂସାରିକ ଜୀବନ ମଧ୍ୟରେରେ ୩୬ ଖଣ୍ଡ ପୁସ୍ତକ ରଚନା କରାଯାଇଛନ୍ତି । ତାଙ୍କ ଶେଷ୍ଠ ଶଯ୍ୟା ନିକଟରେ ବଡ଼ ଜ୍ଵାଇଁ ରବୀନ୍ଦ୍ରନାଥ ପଟ୍ଟନାୟକ ଓ ବଡ଼ଝିଅ ସରିତାଙ୍କ ପଟ୍ଟନାୟକଙ୍କ ସମେତି ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମହେନ୍ଦ୍ରକଳା ସାହିତ୍ୟ ସଂସଦର ସମ୍ପାଦିକା ଜ୍ୟୋସ୍ନାରାଣୀ ପଣ୍ଡା, ଡ. ନିବେଦିତା ପଣ୍ଡା, କବି ସୁଶାନ୍ତ କୁମାର କର, କୁଞ୍ଜବିହାରୀ ପଟ୍ଟନାୟକଙ୍କ ସମେତ ବହୁ ବ୍ୟକ୍ତି ତାଙ୍କ ବାସଭବନରେ ପ‌ହଞ୍ଚି ଶବାଧାରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ତାଙ୍କ ବିୟୋଗରେ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ଡ. ନିଖୂଳାନନ୍ଦ ପାଣିଗ୍ରାହୀ, ନବୀନର ସମ୍ପାଦକ ରବି ରଥ, ଆନ୍ତର୍ଜାତିକ ମଞ୍ଚ ଉପସ୍ଥାପକ ହୃଷୀକେଶ ପାଣିଗ୍ରାହୀ, ଡ. କୁଳମଣି ଓଝା, କବି ଡ. ଫନୀ ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ମଦନ ମିଶ୍ର, ଗବେଷକ ଡ. ଅନନ୍ତ ରାମ କର କୌଣ୍ଡିନ୍ୟ, ମହାନ୍ ସଂଘର ସଭାପତି ସୁଶାନ୍ତ ସାବତ, ଅଞ୍ଜଳି ଦାଶ, ଡ. ହୃଷୀକେଶ ପଣ୍ଡା, ସାମ୍ବାଦିକ ସୁଦୀପ ସାହୁ, ନୀଳକଣ୍ଠ ସାହୁ, ତ୍ରିପତି ବାଲାଜୀ ପାତ୍ର, କିରଣବାଳା ମିଶ୍ର, କବି ସୁଶାନ୍ତ ଦାଶ, ନମିତା ଦାଶ, ସାମ୍ବାଦିକ ପ୍ରସନ୍ନ କୁମାର ସାହୁ, ଡ. ପ୍ରମୋଦିନୀ ହୋତା, ଅଧ୍ୟାପକ ଡ. ବିପ୍ଳବ ରଞ୍ଜନ ପ୍ରଧାନ, କନକ ମଞ୍ଜରୀ ସାହୁ, ସମରଜିତ୍ ମହାନ୍ତି, ନାଟ୍ୟକାର ତ୍ରିପତି ନାୟକ, ପ୍ରମୋଦ କୁମାର ପଣ୍ଡା, ଦେବୀପ୍ରଭା ରଥ, ସମାଜସେବିକା ଏନ. ଲେନା ଚାନ୍ଦ, ଗୀତିକାର ମିଶ୍ର ସତ୍ୟନାରାୟଣ, ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର, କବିୟିତ୍ରୀ ସୌଦାମିନୀ ମିଶ୍ର, ସଂଜୟ କୁମାର ଷଡଙ୍ଗୀ, ଇଂ. ମାନସରଞ୍ଜନ ତ୍ରିପାଠୀ, ସାମ୍ବାଦିକ ଶ୍ରୀକାନ୍ତ ଜେନା, କବି ହୃଷୀକେଶ ଦାଶ, ଭାରତୀ ପାତ୍ର, ସାମ୍ବାଦିକ ଭୈରବଚନ୍ଦ୍ର ବ୍ରହ୍ମା, ଚିନ୍ମୟରଞ୍ଜନ ମିଶ୍ର, ସଂହିତା ମହାନ୍ତି, କ୍ଷଣପ୍ରଭା ଶତପଥୀ, କେ. ଜୟଶ୍ରୀ ଦୋରା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ପଦ୍ମିନୀ ମିଶ୍ର, ବିଜୟ କୁମାର ପାଢ଼ୀ, ପ୍ରଦୀପ୍ତ ସିଂହ, ସୁଧୀର କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିବା ସ୍ୱର୍ଗତ ଆତ୍ମାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସାଂଗକୁ ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.

18 + thirteen =

error: Content is protected !!