pakka

ଚଟିଆଗୁଡା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

bbehera

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍‌ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଚଟିଆଗୁଡା ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୁସ୍ତମ ନାଏକଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଅଛି । ଏଥିରେ ମୁଖ୍ୟ ଅତିଥି ଶିକ୍ଷା ଜିଲ୍ଲା ନିରୀକ୍ଷକ ଉଦୟ ସିଂ‌ ମାଝୀ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷକ ସଂଘ ସଭାପତି ସୁଶୀଲ କୁମାର ପତୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁନୀଲ କୁମାର ସାମଲ, ଜିଲ୍ଲା ଶିକ୍ଷକ ସଂଘ ଉପସଭାପତି ଝରାମଣୀ ଦେଇ, ଗୋର୍ଲା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାରାମ ବାଗ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲୋକନାଥ ମାଝୀ, ସମାଜସେବୀ ଚିକନୁ ମାଝୀ, ସାମ୍ବାଦିକ ଶୋଭାରାମ ବାଗ ତଥା ମୁଖ୍ୟ ବକ୍ତା ପ୍ରକାଶ ମିଶ୍ରଙ୍କ ସି. ଆର. ସିସି ଯୋଗଦେଇ ନିଜର ବକ୍ତବ୍ୟରେ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ ଦେବା ସହ ଶିକ୍ଷା କ୍ଷେତ୍ରରେ ଆଗକୁ ଯିବାକୁ ଅନେକ ପ୍ରେରଣା ମୂଳକ ତତ୍ୱ ଦେଇଥିଲେ । ଦେବପୂଜନ ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲେ । ପ୍ରଧାନ ଶିକ୍ଷକ ନାଏକ ବିଦ୍ୟାଳୟ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପଠନ କରିବା ସହିତ କୃତିତ୍ୱ ଗୁଡ଼ିକୁ ବିଷଦ ଭାବରେ ଅବଗତ କରାଇଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ, ନୃତ୍ୟ ତଥା ନାରୀ ନିର୍ଯ୍ୟାତନା ଓ ବାଲ୍ୟ ବିବାହକୁ ନେଇ ଏକ ନାଟକ ପ୍ରଦର୍ଶନ କରି ଦର୍ଶକମାନଙ୍କର ମନକୁ ଆକୃଷ୍ଟ କରିପାରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ସେବକ ଡୋଲେଶ୍ୱର ମେହେର ପରିଚାଳନା କରୁଥିବା ବେଲେ ସେବିକା ଅମିତା ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ତ୍ରିନାଥ ନିଆଳ, ଅମିତା ଖମାରୀ, ସଙ୍ଗୀତା ମୁଣ୍ଡ, ପବିତ୍ର କଲେତ୍, ତାରାଚାନ୍ଦ ମାଝୀ ସହଯୋଗ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

19 + 1 =