pakka

ରାଜ୍ୟରେ ତାପମାତ୍ରା ୪୦ ଡ଼ିଗ୍ରି ଅତିକ୍ରମ

bbehera

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷର ତାପମାତ୍ରା ୪୦ ଡ଼ିଗ୍ରି ଅତିକ୍ରମ କରିଛି । ମାଲକାନଗିରିରେ ଶନିବାର ଦିନ ତାପମାତ୍ରା ସର୍ବାଧିକ ୪୧ ଡ଼ିଗ୍ରି ଛୁଇଁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୦.୫, ବଲାଙ୍ଗିରରେ ୪୦.୨, ନୟାଗଡ଼ରେ ୪୦, ଭୁବନେଶ୍ୱରରେ ୩୭ ଏବଂ କଟକରେ ୩୭.୬ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି । ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଦିନ ୧୦ ଟାରୁ ଅପରାହ୍ନ ୩ ଟାକୁ ପିକ୍ ଆୱାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଏଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରି ଅତିକ୍ରମ କରିବ ତାପମାତ୍ରା ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ ।

jay balangir
Leave A Reply

Your email address will not be published.

five × three =