pakka

ବାଇକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ : ୨ ବାଇକ୍ ଆରୋହୀ ଗୁରୁତର

bbehera

ଜଳେଶ୍ଵର : ବାଇକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର । ଶନିବାର ଅପରାହ୍ନ ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ପିଠାପୁର ଗ୍ରାମର ଅଭିଜିତ ମିର୍ଦ୍ଧା ଓ ଗଣେଶ ମିର୍ଦ୍ଧା ଦୁଇ ଭାଇ ଏକ ବାଇକ୍ ଯୋଗେ ଜଳେଶ୍ୱର କୋର୍ଟକୁ ଆସୁଥିଲେ । ସେହି ସମୟରେ ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ କୋର୍ଟ ସମ୍ମୁଖରେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ବାଲେଶ୍ୱର ଯାଉଥିବା ବେଳେ ପଛପଟୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଧକ୍କାରେ ଦୁଇ ବାଇକ୍ ଆରୋହୀ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ । ଜଳେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକ୍ ଆରୋହୀଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ପଠାଇଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ରୋଗୀ ନେଇ ବାଲେଶ୍ୱର ଡାକ୍ତରଖାନାକୁ ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

18 − two =

error: Content is protected !!