csstore

ଓକିଲ ସଂଘ ନିର୍ବାଚନ : ସଭାପତି ଜୟ କୁମାର ସିଂହଦେଓ, ସମ୍ପାଦକ ଯତିନ ସାହୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନର ଫଳାଫଳ ଘୋଷଣା ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଜୟ କୁମାର ସିଂହଦେଓ ସପ୍ତମ ଥର ସଭାପତି ପଦ ପାଇଁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଆଶିଷ କୁମାର ମିଶ୍ର, ସମ୍ପାଦକ ଭାବେ ଯତିନ ସାହୁ, ସହ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ମମତା ଭୋଇ, କୋଷାଧ୍ୟକ୍ଷ ସତ୍ୟନାରାୟଣ ସାହୁ, ପରିଚାଳନା କମିଟି ସଦସ୍ୟ ବିରଞ୍ଚି ନାରାୟଣ ଶତପଥି, ସପନ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପ୍ରହରାଜ, ବିଜୟ କୁମାର ମହାଖୁଡ଼, ରାକେଶ କୁମାର ଶତପଥୀ ପ୍ରମୁଖ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଆଜି ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ବିଧିବଦ୍ଧ ଭାବେ ଘୋଷଣା କରିବା ସହ ନିର୍ବାଚିତ ପ୍ରାର୍ଥୀମାନଙ୍କୁ ଶପଥ ପାଠ କରାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।

jayashree
Leave A Reply

Your email address will not be published.