pakka

ଅଂଶୁଘାତରେ ପ୍ରାଣ ହରାଇଲେ ଯୁବକ ?

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଂଶୁଘାତରେ ପ୍ରାଣ ହରାଇଲେ ଯୁବକ । ଏଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ବଲାଙ୍ଗିର ତେଲିଗୋଠପଡ଼ାକୁ ମା’ଙ୍କୁ ସାଙ୍ଗରେ ନେଇ ମଧ୍ୟାହ୍ନ ବେଳେ ଖୁଜେନପାଲିରୁ ତ୍ରିନାଥ ବକୁଲ (୩୦) ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ । ଦିନ ୨ଟାରେ ଗାଁକୁ ଫେରିବା ପରେ ତାଙ୍କୁ ପ୍ରଚଣ୍ଡ ଝାଳ ହେବା ବେଳକୁ ସେ ଅଂଶୁଘାତର ଶିକାର ହୋଇଥିବା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଆଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଖରା ଖରାରେ ଗାଁରୁ ବଲାଙ୍ଗିରକୁ ଆସି ପୁଣି ଫେରିଥିବା ଯୋଗୁଁ ତ୍ରିନାଥଙ୍କୁ ଝାଉ ମାରିଦେଲା ବୋଲି ଲୋକେ କହୁଛନ୍ତି । ତେବେ ମୃତ ତ୍ରିନାଥଙ୍କ ଏକ ୭ ମାସର ସନ୍ତାନ ରହିଥିବା ବେଳେ ତାଙ୍କ ପରିବାରକୁ ସରକାରୀ ସହଯୋଗ ପ୍ରଦାନ ପାଇଁ ତାଙ୍କ ଆତ୍ମୀୟ ସ୍ୱଜନ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

18 − fifteen =

error: Content is protected !!