oom

ବଲାଙ୍ଗିରରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କେବଳ ଗୃହପାଳିତ ପ୍ରାଣୀମାନଙ୍କ ସେବା ନୁହେଁ, ବରଂ ସବୁ ପ୍ରାଣୀମାନଙ୍କୁ ଆଦର, ଯତ୍ନ ଓ ସେବା କରିବା ମଣିଷର କର୍ତ୍ତବ୍ୟ ହେବା ଉଚିତ । କାରଣ ମଣିଷର ଜୀବସତ୍ତା ନିର୍ଭର କରେ ପରିବେଶର ସନ୍ତୁଳନ ଉପରେ ଏବଂ ପରିବେଶ ସନ୍ତୁଳନ ବଜାୟ ରହିବ ପ୍ରାଣୀ ସଂପଦର ସୁପରିଚାଳନାରେ । ତେଣୁ ସବୁ ପ୍ରାଣୀଙ୍କୁ ଆମେ ସମାନ ଭାବରେ ସେବା କରିବା ଦରକାର ବୋଲି ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଜିଲ୍ଲା ପ୍ରାଣୀ ସଂପଦ ବିଭାଗ ଦ୍ୱାରା ଆୟୋଜିତ ବିଶ୍ୱ ପ୍ରାଣୀ ସଂପଦ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଏହି କାର୍ଯ୍ୟକ୍ରମରେ ଡାକ୍ତର ଶିବାଶିଷ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ମୁଖ୍ୟ ଅତିଥି, ବଲାଙ୍ଗିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପଣ୍ଡା ଓ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଗଣେଶ କୁମାର ଜେନା, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ କୁମାର ନାଏକ, ବିକେଏନ୍ ମିଲ୍କ ୟୁନିଅନର ସାଧାରଣ ପରିଚାଳକ ଡାକ୍ତର ରଜନୀକାନ୍ତ ରଥ ମଂଚାସୀନ ହୋଇଥିଲେ । ଏହି ଅବସରରେ ପ୍ରାଣୀପାଳକଙ୍କ ହିତରେ ରୂପାନ୍ତରିତ, ନିରପେକ୍ଷ ଓ ବିସ୍ତୃତ ପ୍ରାଣୀ ଚିକିତ୍ସା ସେବା ସଂପର୍କରେ ଆଲୋଚନା କରାଯାଇଥିଲା । ଡାକ୍ତର ଅର୍ଚିତା ସ୍ୱାଇଁ ସଭାକୁ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରାଣୀ ସଂପଦର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂଗୀତା ଡବ୍ଲୁଏସଏଚଜି, କେଶାଇପାଲି, ଆଗଲପୁର, ମା’ ଦୁର୍ଗା ଡବ୍ଲୁଏସଏଚଜି, କନକପୁର, ମା’ ସରସ୍ଵତୀ ଡବ୍ଲୁଏସଏଚଜି, ବନ୍ଧଲିପଡା, ଲୋଇସିଂହା ସମେତ ଅଗ୍ରଣୀ ଚାଷୀ ଅନୀଲ ମେହେର, ପାଟଣାଗଡ, ଗୋକୁଳ ବେମାଲ, ହଲନଭଟା, ସରୋଜ କୁମାର କର୍ମୀ, ସାରସପଡା, ହମିର ତାଣ୍ଡି, ସାରସପଡା, ଖଗେଶ୍ୱର ନାଏକ, ତାଲଝରନ, ସୁଦାମ ମେହେର, ରେଙ୍ଗାଲି, ରଂଜିତ ବିଶ୍ୱାସ, ଝରନିପାଲି ଓ ଜିତେନ କଲେତ, ପିପିର୍ଡାଙ୍କୁ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.