ls

ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

a12

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଳ ହିଁ ଜୀବନ । ଗ୍ରୀଷ୍ମ ସମୟର ଅସହ୍ୟ ଖରାରେ ଆମେ ଅତିଷ୍ଠ । ପଥଚାରୀମାନଙ୍କୁ ଥଣ୍ଡା ବା ଦହି ପାଣି ଯୋଗାଇଦେଲେ ସେମାନେ ବେଶ ଆନନ୍ଦିତ ହୋଇଥାନ୍ତି । ଏହି କଥାକୁ ଲକ୍ଷ୍ୟ କରି ପଣ୍ଡକିଟାଲ ଅପର ପ୍ରାଇମେରୀ ସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ତରଫରୁ ପଣ୍ଡକିଟାଲ ଚାରିଛକରେ ଆୟୋୟୋଜିତ ହୋଇଥିବା ଜଳଛତ୍ର କାର୍ଯ୍ୟକ୍ରମର ଭବ୍ୟ ସଭାରେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଯୋଗଦେଇ ଜଳଛତ୍ର କାର୍ଯ୍ୟକ୍ରମ ବିକଳ୍ପ ମାତ୍ର, ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରାଣଙ୍କୁ ଅଂଶୁଘାତ ବିଷୟରେ ସଚେତନତା ବାର୍ତା ପ୍ରଦାନ ତଥା କରୋନା ଭୂତାଣୁ ପ୍ରତି ସତର୍କ ରହିବା ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ, ରାମପୁର ଥାନା ଅଧିକାରୀ ଅବିନାଶ କୁମାର ପଧାନ, ରାଜ୍ୟ ସଡକ ଓ ପରିବହନ ବିଭାଗ ଦ୍ୱାରା ଗୋଲଡେନ୍‌ ଆୱାର ହିରୋ ସମ୍ମାନରେ ପୁରସ୍କୃତ ହୋଇଥିବା ବ୍ୟକ୍ତିତ୍ୱ ରାମ ନାରାୟଣ ଦାଶ, ପଣ୍ଡକିଟାଲ ସରପଂଚ ଗୋବିନ୍ଦ ସେଠ, ପ୍ରାକ୍ତନ ଜେଆରସିଓ ସୁରେଶ ପଧାନ, ଉପସଭାପତି ଗତିକୃଷ୍ଣ ମିଶ୍ର, ରକ୍ଷକ ସାଧନକର୍ମୀ ଚନ୍ଦମଣି ବାଘ ପ୍ରମୁଖ ଯୋଗଦେଇ ଜଳଛତ୍ର କାର୍ଯ୍ୟକ୍ରମ ବେଶ ସମୟ ଉପଯୋଗୀ ବୋଲି କହିବା ସହିତ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସର ଗୋଷ୍ଠୀ ଭିତ୍ତିକ ମାନବୀୟ ସେବାର ପ୍ରସାର କରିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଦୋକାନୀ. ପଥଚାରୀ, ବସଯାତ୍ରୀ ଓ ଜନସାଧାରଣଙ୍କୁ ଅଂଶୁଘାତ ପ୍ରତି ସଚେତନତା, ମାସ୍କ ବଂଟନ ତଥା ଦହିଚଲା ବଂଟନ କରାଯାଇଥିଲା । ବରିଷ୍ଠ ସାଧନ କର୍ମୀ ହୃଷିକେଶ ଡାଙ୍ଗ ସଭା ସଂଯୋଜନା କରିଥିଲେ । ରକ୍ଷକ ସାଧନକର୍ମୀ ତଥା ନୋଡାଲ ଅପର ପ୍ରାଇମେରୀ ସ୍କୁଲର ଜୁନିୟର ରେଡକ୍ରସ କାଉନସିଲର ତପସ୍ୱିନୀ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବଡକଲ୍ଲେର ହାଇସ୍କୁଲର ପରାମର୍ଶଦାତା ରବିନ୍ଦ୍ର ଦୀପ, ବେହେରାମାଲ ହାଇସ୍କୁଲର ପରାମର୍ଶଦାତା ଘନଶ୍ୟାମ ମେହେର, ରାମପୁର ବାଳିକା ଉଚ୍ଚ ବିଦ୍ୟାଳୟର ପରାମର୍ଶଦାତ୍ରୀ ତରଙ୍ଗିନୀ ମହାପାତ୍ର, ଚନ୍ଦଲି ସ୍କୁଲର ରମେଶ ପଧାନ, କମିଟି ସଦସ୍ୟ ସତ୍ୟ ପଧାନ, ଶିକ୍ଷକ ପ୍ରମୋଦ ବାରିକ, ରୀତା ମେହେର, ଜାହ୍ନବୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ବାଘ କାର୍ଯ୍ୟକ୍ରମ ପରିଚାଳନା କରିଥବା ବେଳେ ଡୁଙ୍ଗୁରିପାଲି ବ୍ଲକର ବିସିସି ନିମାଇ ଚରଣ ମଲ୍ଲୀକ ଧନ୍ୟବାଦ ଅର୍ପଣ କରିଥିଲେ ।

manabhanjan
Leave A Reply

Your email address will not be published.