ଦୁଗ୍ଧ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ : ଜବତ କଲା ଅବକାରୀ ବିଭାଗ

ମାଲକାନଗିରି : ଦୁଗ୍ଧ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ଜବତ କଲା ଅବକାରୀ ପୋଲିସ । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମ ନିକଟରେ ଅବକାରୀ ବିଭାଗର କର୍ମଚାରୀମାନେ ଏନେଇ ଗୁଇନ୍ଦା ସୂଚନା ପାଇଥିଲେ । ଗାଡ଼ି ଯାଞ୍ଚ କରୁଥିବା ସମୟରେ ମହାରାଷ୍ଟ୍ର ନମ୍ବର ଥିବା ଏକ ଦୁଗ୍ଧ ବୋଝେଇ ଗାଡ଼ିକୁ ଅଟକାଇଥିଲେ । ପରେ କାଲିମେଳା ଅବକାରୀ ପୋଲିସ କର୍ମଚାରୀମାନେ ଗାଡ଼ିଟିକୁ ଯାଞ୍ଚ କରିବାରୁ ସେଥିରୁ ୧୦୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅନୁମାନ କରିଛି ।

Leave A Reply

Your email address will not be published.