csstore

ଟିଟିଲାଗଡରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଧୁନିକ ଓଡ଼ିଶାର ନିର୍ମାତା, ଲୋକପ୍ରିୟ ଜନନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଟିଟିଲାଗଡ଼ ବିଜୁ ଜନତା ଦଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଗତକାଲି ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇଥିଲେ । ମନ୍ତ୍ରୀ ଓ ଦଳର କର୍ମକର୍ତ୍ତା ବିଜୁ ବାବୁଙ୍କ ସ୍ମୃତି ଚାରଣ କରିବା ପରେ ସମସ୍ତେ ଶପଥ ପାଠ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାଏକ, ଜିଲ୍ଲା ପରିଷଦ ଗୀତା ବିଶି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରମାକାନ୍ତି ପଟେଲ, ଅଞ୍ଜନା ବର୍ମା, ବିଜେଡ଼ି ନେତା ରଣଜିତ୍ ପୃଷ୍ଟି, ଦିଲିପ ବାଗ, ଗୋବର୍ଦ୍ଧନ ନାଗ, ରାଜେଶ ପ୍ରଧାନ, ଶ୍ୟାମା ପ୍ରସାଦ ଗରିଆ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ରଙ୍କ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

ସେହିପରି ଗତକାଲି ସକାଳୁ ପ୍ରଥମେ ଟିଟିଲାଗଡ଼ ଥାନା ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ । ମନ୍ତ୍ରୀଙ୍କ ସହିତ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ବହୁ କର୍ମକତ୍‌ର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.