om academy

ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

jsm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ପ୍ରାଙ୍ଗଣରେ ମେଡିକାଲ କର୍ମଚାରୀ ସଂଘ ତରଫରୁ ବିଶ୍ୱନାଥ ପଣ୍ଡିତ ଭବନ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ତଥା ସଂଗଠନର ଉପଦେଷ୍ଟା ରବି ରଥ ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ହିଁ ଗଣତନ୍ତ୍ରର ଉପାସନା ଦିବସ ଅଟେ । ସମ୍ବିଧାନ ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ କଲେ ପ୍ରକୃତ ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା ହୋଇପାରିବ ବୋଲି କହିଥିଲେ । ରାଜ୍ୟ ଉପସଭାପତି ସୁକାନ୍ତ ମୁଖି, ଉପଦେଷ୍ଟା ଲାଲୁ ମୋହନ ବେହେରା, ଯୁଗ୍ମ ସମ୍ପାଦକ ପ୍ରକାଶ ବେହେରା, ରବି ନାରାୟଣ ବେହେରା, କେଶବ ନାୟକ, ବ୍ରହ୍ମପୁର ମହାନଗର ମେହେନ୍ତର ସଂଘ ନେତା ମନୋରଞ୍ଜନ ଲିମାଇ ପ୍ରମୁଖ ସମେତ ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଓ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.