om academy

ଚୁଡାପାଲି ଠାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୃତକଙ୍କ ଚକ୍ଷୁଦାନ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ଗତକାଲି ଚୁଡାପାଲି ଠାରେ ଏକ ସଡକ ଦୁର୍ଘଟଣାରେ ବୁଦ୍ଧ ବରିହା(୩୫)ଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ଶବ ବ୍ୟବଚ୍ଛଦ କେନ୍ଦ୍ର ଠାରେ ତାଙ୍କ ଶବ ବ୍ୟବଚ୍ଛେଦ ବେଳେ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ସହମତିରେ ଚକ୍ଷୁଦାନ କରାଯାଇଥିଲା । ଭୁବନେଶ୍ୱରର ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କର ନୀହାରିକା ମହାପାତ୍ର ଉକ୍ତ ଚକ୍ଷୁକୁ ସୁରକ୍ଷିତ ଭାବେ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.