ଛନଛଡାରେ କ୍ଷତ୍ରୀୟ ସମାଜର ଖଣ୍ତାଯାତ୍ରା ଓ ଦଶହରା ପର୍ବ ପାଳିତ

  • ମନ୍ତ୍ରୀ ଟୁକୁନି ସାହୁ ଓ ସାଂସଦ ସୁଲତା ଦେଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡା ଗ୍ରାମ ଠାରେ ଛନଛଡା, ତୁଷ୍ଟାପାଲି ଓ ଗୁରମୁନି ଗ୍ରାମକୁ ନେଇ କ୍ଷତ୍ରୀୟ ସମାଜ ଆନୁକୂଲ୍ୟରେ ଖଣ୍ତାଯାତ୍ରା ଓ ଦଶହରା ପର୍ବ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁଷ୍ଟାପାଲି କ୍ଷତ୍ରୀୟ ସମାଜ ତରଫରୁ ଖଣ୍ତା ଏବଂ ମଶାଲ ଶୋଭାଯାତ୍ରା ତୁଷ୍ଟାପାଲି ବସ୍ତ୍ରେନ ମନ୍ଦିରରୁ ବାହାରିଥିବା ବେଳେ ଛନଛଡା କ୍ଷତ୍ରୀୟ ସମାଜର ଆନୁକୂଲ୍ୟରେ ଶୋଭାଯାତ୍ରା ପାଟଣେଶ୍ୱରୀ, ଠାକୁରବୁଢା ଏବଂ ପାଟଖଣ୍ଡା ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଏଥିରେ କ୍ଷତ୍ରୀୟ ଯୁବକମାନେ ପାରମ୍ପରିକ ଖଣ୍ତା ଚାଳନା ଓ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ଓ ବାଣିଜ୍ୟ, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ସମାଜ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ଏକ ବିଶାଳ ଶୋଭାଯାତ୍ରା ପାଛୋଟି ଆଣିଥିଲେ । ଏଥିରେ ବରିଷ୍ଠ ସଦସ୍ୟ କରୁଣାକର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡେକ, ସ୍ଥାନୀୟ ସରପଞ୍ଚ ତିଳୋତ୍ତମା ବାଗ ଅତିଥି ଭାବରେ ଯୋଗଦାନ କରିଥିଲେ । ଉକ୍ତ ସଭାରେ କମିଟି ସଦସ୍ୟ ପ୍ରମୋଦ ବୁଡେକ ଓ ଗଗନ ବିହାରୀ ବୁଡେକ ସଭାକୁ ପରିଚାଳନା କରିଥିଲେ । ଏହି ଶୁଭ ଅବସରରେ ଶହିଦ ଜବାନ ଥବିର ବୁଡେକଙ୍କ ପରିବାର ଏବଂ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ କମିଟିର ସଦସ୍ୟ ରାମଚନ୍ଦ୍ର ବୁଡେକ, ପ୍ରଦୀପ ବାଗ, ପୂର୍ବତନ ସମିତି ସଭ୍ୟ ସୁବାଷ ବୁଡେକ, ବାମନ ବୁଡେକ, ବାସୁଦେବ ଚୌହାନ, ଆଲୋକ ବୁଡେକ, ହେମନ୍ତ ବୁଡେକ, ସର୍ଦାର ବୁଡେକ, ସାରଥି ବୁଡେକ, ସୁରେଶ ବୁଡେକ, ଖଗେଶ୍ୱର ବୁଡେକ, ହୃଷି ବୁଡେକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

9 + 18 =

error: Content is protected !!