ବଲାଙ୍ଗିର ଦିନ୍‌ କମିଟିର ନାମ ଘୋଷଣା

  • ଅଙ୍କୁଶ ହେଲେ ଅଧ୍ୟକ୍ଷ ଓ ପ୍ରଶାନ୍ତ ହେଲେ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ନଭେମ୍ବର ୧ରେ କମିଟି ମୁଖ୍ୟ ଉପଦେଷ୍ଟା ଡ. ଶ୍ରୀକର ମିଶ୍ର ନେତୃତ୍ୱରେ ଉପଦେଷ୍ଟା ମଣ୍ଡଳୀ ନେତୃତ୍ୱରେ କମିଟି ନାମ ଘୋଷିତ ହୋଇଯାଇଛି । ଉପଦେଷ୍ଟା ରତନ ମହାରଣା, ପ୍ରଭାକର ମିଶ୍ର, ବିକ୍ରମ ବହିଦାର, ପ୍ରଭାସ ପାଣିଗ୍ରାହୀ, ଲୋଟସ ଷଡଙ୍ଗି, ଦିନେଶ ଶର୍ମା ବିଭିନ୍ନ ତାଲିକା ପ୍ରସ୍ତୁତ କରି ନାମ ଘୋଷଣା କରିଥିଲେ । ଗତକାଲି ୫ ତାରିଖ ଦିନ ଉପଦେଷ୍ଟା ମଣ୍ଡଳୀର ନିଷ୍ପତ୍ତି କ୍ରମେ ସୂଚନା ପ୍ରଦାନ କରାଯାଇଛି । ଚଳିତ ବର୍ଷ ବଲାଙ୍ଗିର ଦିନ୍‌କୁ ନେଇ କେମିତି ପାଳନ ହେବ ପୂର୍ଣ୍ଣାଙ୍ଗ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଅଙ୍କୁଶ ପାଣ୍ଡିଆ ଅଧ୍ୟକ୍ଷ, ସହଅଧ୍ୟକ୍ଷ ବିବେକାନନ୍ଦ ପଟେଲ, କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଶୁଭମ୍‌ କୁମାର ଅଗ୍ରୱାଲ, ସାଂସ୍କୃତିକ କମିଟି ସଭାପତି ମୁରଲିଧାରୀ ପତି, ସଂପାଦକ ବିନୋଦ କାଲସାଏ, ଅଭ୍ୟର୍ଥନା କମିଟି ବିଶ୍ୱାଜିତ ଦାଶ, ସଂପାଦକ ଶମ୍ଭୁ ପ୍ରସାଦ ଶତପଥି, ପ୍ରଚାର ପ୍ରସାର ସଭାପତି ଅରୁଣ କୁମାର ମିଶ୍ର, ସଂପାଦକ ସୁନିଲ କୁମାର ମହାନ୍ତି, ମଂଚ ପରିଚାଳନା ସଭାପତି ଅର୍ଜୁନ କୁମାର ସାହୁ, ସଂପାଦକ ଲଳିତ ସାହୁ, ମହିଳା କମିଟି ସଭାପତି ଲିକା ସାହୁ, ସଂପାଦକ ସୋନିଆ ବେଜ, ସୋସିଆଲ ମିଡିଆ ଥବିର କର ଓ ମିଡିଆ ପ୍ରଚାର ପ୍ରସାର ରଂଜିତ ମିଶ୍ର ଏବଂ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳା କମିଟି ବଲାଙ୍ଗିରର ବିଭିନ୍ନ କମିଟିକୁ ନେଇ ଶୋଭାଯାତ୍ରା ହେବ ବୋଲି କମିଟି ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରତ୍ୟେକ କମିଟିରେ ୨୦ରୁ ୨୫ ଜଣ ସଭ୍ୟ ରଖାଯାଇଛି । ଆଗାମୀ ଦିନରେ ଲଗୋ ଉନ୍ମୋଚିତ, ବିଭିନ୍ନ କମିଟି ସହିତ ଆଲୋଚନା, ବିଭିନ୍ନ ୱାର୍ଡକୁ ନେଇ ପରିକ୍ରମା କରାଯିବ ବୋଲି କମିଟି ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.

eleven + fifteen =