pakka

ସହରର ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ଶ୍ରୀକୃଷ୍ଣ କଳା ପରିଷଦ ପକ୍ଷରୁ ଧାମରା ସଂଘଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପରିଷଦର ସଭାପତି ପ୍ରତାପ କିଶୋର ବିଶ୍ୱାଳଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଅଜିତ କୁମାର ସେନାପତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟଗୁରୁ ଭାସ୍କର ଚନ୍ଦ୍ର ମହାପାତ୍ର, ଗୁରୁ ସୁରେନ୍ଦ୍ର ପାଢୀ, ଗୁରୁ ବିବେକାନନ୍ଦ ଦାସ, ଗୁରୁ ଚନ୍ଦ୍ରମଣୀ ମାଝୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଗୁରୁମାନେ ସେମାନଙ୍କର ଆଶୀର୍ବଚନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭରତ ସେଠୀ, ବିଚିତ୍ରାନନ୍ଦ ଦାସ, ବିନୟ କୁମାର ଜେନା, ପ୍ରଶାନ୍ତ କୁମାର ରାଉତ, ଅନିଲକାନ୍ତ ଦାସ, ଗୌତମ ଉପାଧ୍ୟାୟ, ଶୁଭେନ୍ଦୁ ସାମଲ, ବଣ୍ଟି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଗୀତାଞ୍ଜଳି ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଲେଇ ଶିକ୍ଷାକେନ୍ଦ୍ରର ଶିକ୍ଷାର୍ଥୀମାନେ ସେମାନଙ୍କର ଗୁରୁ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଗୁରୁ ଦିବସ ପାଳନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ୱର୍ଣ୍ଣଲତା ଚୌଧୁରୀ, ସୁନନ୍ଦା ବରାଳ, ମୀନତି ମହାନ୍ତି, ସବିତା ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ସୀମା ସିଂହ ଓ ନିରୁପମା ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଳାସିନୀ ଅଧିକାରୀ, ଶିବାନୀ, ସୁପ୍ରଭା ମିଶ୍ର, ରିୟା ହୈମନ୍ତୀ, ବବିତା ଆଚାରୀ, ଇନ୍ଦିରା ମହାପାତ୍ର, ସୁପ୍ରଭା ନାୟକ, ଶାନ୍ତି, ଅଙ୍କିତା ଗୋଛାୟତ, ସୁଶୀଳା ଶର୍ମା, ରୁବି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମୀନତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

8 − 2 =