ମାତୃଛାୟାରେ ରକ୍ଷା ବନ୍ଧନ ଓ ଗଙ୍ଗାଧର ଜୟନ୍ତୀ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୦ତମ ଜନ୍ମ ଜୟନ୍ତୀ ଉତ୍ସବ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହେଉଛି । ଏହି କ୍ରମରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚକରକେନ୍ଦଠାରେ ଥିବା ମାତୃଛାୟା ଶାନ୍ତି ତପୋବନ ଆଶ୍ରମ ପରିସରରେ ଗଙ୍ଗାଧର ଜୟନ୍ତୀ ସହିତ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀଙ୍କ ସଂଯୋଜନାରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସ୍ୱଭାବ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ପରେ ଆଶ୍ରମର ଅନ୍ତେବାସୀମାନଙ୍କ ଦ୍ୱାରା ତିଆରି କାରଯାଇଥିବା ଦୁବ, ଅରୁଆ ଚାଉଳ ଏବଂ ପାଟ ସୂତାର ବୈଦିକ ରାକ୍ଷୀକୁ ପ୍ରଥମେ ମୁଖ୍ୟ ଅତିଥି ଶ୍ରୀ ବିର୍ତ୍ତିଆଙ୍କୁ ବାନ୍ଧିବା ପରେ ଅନ୍ୟ ସମସ୍ତ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ବାନ୍ଧିଥିଲେ । ଆଜି ଏହି ମହାନ ପର୍ବ ପାଳନ ପାଇଁ ଆଶ୍ରମ ପରିସର ଉତ୍ସବ ମୁଖର ହୋଇଥିଲା ।

Leave A Reply

Your email address will not be published.

14 − 6 =