ଜବାହାର ଲାଲ୍ ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜ, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଲକ ଚଟୁଅନକା ଗ୍ରାମରେ ଜବାହାର ଲାଲ୍ ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସହଦେବ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କ୍ଲବର ସଭାପତି ଶ୍ରୀ ମାଝୀ ଦୀପ ପ୍ରଜ୍ଜଳନ କରି ନିଜର ବକ୍ତବ୍ୟରେ କହିଲେ ଯେ, ସମାଜରେ ଯେ ପର୍ଯ୍ୟନ୍ତ ନିଶା ମୁକ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ଆଗକୁ ବଢ଼ିପରିବା ନାହିଁ । ଯୁବ ବର୍ଗର ସଚେତନତା ଆବଶ୍ୟକ । ସ୍ଵେଚ୍ଛାସେବୀମାନେ ତାଲିମ ଗ୍ରହଣ କରି ସମର୍ପିତ ହୋଇ କାର୍ଯ୍ୟ କରିବା ଦରକାର । ସେହିପରି କ୍ଲବର ସଂପାଦକ ଜନକ ମାଝୀ ନିଜର ବକ୍ତବ୍ୟରେ କହିଲେ ଯେ, ଆଦିବାସୀ ଅଞ୍ଚଳରେ ସ୍ଵେଚ୍ଛାସେବୀ ମାନେ ସଠିକ ଭାବରେ କାର୍ଯ୍ୟ କଲେ ନିଶାମୁକ୍ତ ହୋଇପାରିବ । ଗ୍ରାମାଞ୍ଚଳରେ ପଥ ପ୍ରାନ୍ସ ନାଟକ ଓ ସଙ୍ଗୀତ ନାଟକ ମାଧ୍ୟମରେ ସଚେତନ କଲେ ନିଶାମୁକ୍ତ ହୋଇପାରିବ ବୋଲି କହିଥିଲେ । ସେହିପରି ଅନ୍ୟତମ ବକ୍ତା କ୍ଲବର ଉପ ସଭାପତି ବିଶିକେସନ ମାଝୀ ନିଜର ବକ୍ତବ୍ୟରେ କହିଲେ ଯେ, ନିଶାମୁକ୍ତ ଭାରତ ଏକ ସୁନ୍ଦର ପରିକଳ୍ପନା ଓ ଯୋଜନା ଯାହା ଆଜିର ସମାଜରେ ଆବଶ୍ୟକତା ରହିଛି । ଏହା ଜନସଚେତନତା ସୃଷ୍ଟି ମଧ୍ୟମରେ ନିଶା ସେବନ ରୋକିପାରିବ । ଏହି କ୍ଷେତ୍ରରେ ସ୍ୱେଚ୍ଛାସେବୀ ମାନେ ସଙ୍କଳ୍ପବଦ୍ଧ ଭାବେ କର୍ତବ୍ୟ ସମ୍ପାଦନା କରିବା ଆବଶ୍ୟକ ବୋଲି କହିଥିଲେ । ଏହି ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ତପନ ମାଝୀ, ପ୍ରେମ ମାଝୀ, ଗୋବିନ୍ଦ ମାଝୀ, ଦେବରାଜ ମାଝୀ, ରାଇସିଂ ପୁଟେଲ, ଭାଗ୍ୟ ମାଝୀ, ପ୍ରେମ ମାଝୀ, ଜନ ଦାସ, ଟୁନୁ ପୁଟେଲ, କପୂରଚନ ମାଝୀ, କିଶୋର ମାଝୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

12 + seven =

error: Content is protected !!