pakka

ଜିଲ୍ଲାପାଳଙ୍କ ଅଫିସରେ ସମ୍ବଲପୁରୀ ଦିନ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ନିର୍ଦ୍ଦେଶ କ୍ରମେ ଆଜି ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ଦିନ ପାଳନ ଅବସରରେ ସମସ୍ତ କର୍ମଚାରୀ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ପୌରାହିତ୍ୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧି ଥିବା ପରିଲକ୍ଷିତ ହୋଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଆଜି ଜିଲ୍ଲାପାଳ ମନୀଷ ବାନାର୍ଜୀ ଅତାବିରା ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିବା ବେଳେ ତାଙ୍କୁ ମଧ୍ୟ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀମାନେ ମଧ୍ୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସମ୍ବଲପୁରୀ ଦିନ ପାଳନ କରିଥିଲେ ।

Leave A Reply

Your email address will not be published.

eighteen − 11 =