
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ସୁବର୍ଣ୍ଣପୁର ଶାଖା ଦ୍ୱାରା ବିଶିଷ୍ଟ ସାରସ୍ଵତ ସ୍ରଷ୍ଟା, ବୈଦିକ ବିଦ୍ୱାନ ବ୍ରଜ ବିହାରୀଙ୍କର ୧୦୬ତମ ଜୟନ୍ତୀ ସମାରୋହ ଡକ୍ଟର ସନ୍ତୋଷ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସନ୍ଦିପ କୁମାର କୁଆଁର, ମୁଖ୍ୟ ଅତିଥି ଡ. ଭବାନୀ ଶଙ୍କର ପଟେଲ, ସ୍ୱତନ୍ତ୍ର ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଜା ଶଙ୍କର ରଥ, ସମ୍ମାନିତ ଅତିଥି ଭାବରେ ପରିଷଦର ଉପଦେଷ୍ଟା ଗୋରେଖନାଥ ସାହୁ ଏବଂ ଡକ୍ଟର ଜ୍ୟୋତିରଞ୍ଜନ ବହିଦାର ଯୋଗ ଦେଇ ତପସ୍ଵୀ ବ୍ରଜ ବିହାରୀଙ୍କ ଜୀବନୀ ଓ ସାହିତ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରି ବ୍ରଜବିହାରୀଙ୍କର ଅପ୍ରକାଶିତ ପାଣ୍ଡୁଲିପିକୁ ପ୍ରକାଶିତ କରିବା ସହ ଉଚ୍ଚ ଶିକ୍ଷା ପାଠ୍ୟ ଖସଡ଼ାରେ ସ୍ଥାନୀତ କରିବା ପାଇଁ ମିଳିତ ଭାବେ ପ୍ରଚେଷ୍ଟା କରି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ମତପ୍ରକାଶ କରିଥିଲେ । ସଭାରେ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ ସ୍ୱାଗତ ସଙ୍ଗୀତ ଓ ଯଜ୍ଞେଶ୍ଵର ପୂଝାରୀ ଉଦ୍ଯାପନୀ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ କବି ଆର୍ତ୍ତତ୍ରାଣ ବାବୁ ସଭାକୁ ସଂଯୋଜନା କରିଥିବା ବେଳେ ବ୍ରଜ ବିହାରୀଙ୍କ ସହିତ ବିତାଇଥିବା ସମୟର କିଛି ଅଭୁଲା ସ୍ମୃତିକୁ ମଧ୍ୟ ଉଦ୍ଧାର କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ଦେବାଶିଷ ପାଣ୍ଡିଆ । ଅଧ୍ୟାପିକା ମୀନା ମାହାଣା, ଡ. ପ୍ରଫୁଲ୍ଲ କୁମାର ରଥ, ଡ. ଅନିରୁଦ୍ଧ କୁର୍କୁରିଆ, ଡ. ଦ୍ୱିତୀକୃଷ୍ଣ ପଣ୍ଡା, ଜ୍ୟୋତିରଞ୍ଜନ ପଟ୍ଟନାୟକ, ଡ. ସୌରଉ ରଞ୍ଜନ ଖମାରୀ, ଦେବ କିଶୋର ଦାନୀ, ସଚ୍ଚିଦା ନନ୍ଦ ନାୟକ, ଯୋଗୀନ୍ଦ୍ର ପଣ୍ଡା, ଦୟାନିଧି ସେଠୀ, ମଦନମୋହନ ଦାନୀ, ଶୁଭେନ୍ଦୁ ମେହେର, ସୁବାସ ଧରୁଆ, ମୃତ୍ୟୁଞ୍ଜୟ ଦାସ, ହିମାଂଶୁ ପଣ୍ଡା, ପଙ୍କଜ ମେହେର, ବିଭୂତି ଶତପଥି ପ୍ରମୁଖ ସହଯୋଗ କରିବା ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।