
- ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ।
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ୧୫ ନମ୍ବର ୱାର୍ଡର ଝାଙ୍କରପଡ଼ାରେ ରବିବାର ରାତିରେ ନିକିତା ମହାନନ୍ଦ ନାମକ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମହିଳା ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳେ, ପରିବାର ପକ୍ଷରୁ ଏହାକୁ ହତ୍ୟା ବୋଲି ସନ୍ଦେହ କରାଯାଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ନିକିତା ପ୍ରାୟ ଚାରି ବର୍ଷ ପୂର୍ବେ ବିଶାଲ ମୁଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ତାଙ୍କ ମୃତ୍ୟୁ ପଛରେ କ’ଣ କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାର ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ଦିଗରୁ ଯାଞ୍ଚ କରୁଛି । ମହିଳାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।