jayashree

ସିନ୍ଧେକେଲାର ଇଷ୍ଟ ଦେବୀ ମା’ ଦୁଆରସେନୀଙ୍କ ଡେଙ୍ଗସର୍ଗି ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲାର ଇଷ୍ଟ ଦେବୀ ମା’ ଦୁଆରସେନୀଙ୍କ ଡେଙ୍ଗସର୍ଗି ଯାତ୍ରା ଖୁବ୍ ଜାକଜମକରେ ପାରମ୍ପରିକ ରିତିନୀତିରେ ପାଳିତ ହୋଇଛି । ଏଥିପାଇଁ ସନ୍ଧ୍ୟାରେ ସିନ୍ଧେକେଲାର ମା’ ଦୁଆରସେନୀଙ୍କ ମନ୍ଦିରରୁ ବୁଢ଼ାରଜା କାଳସି ଦେହରେ ସବାର ହୋଇ ୦୯ କି.ମି ଦୂର ଇଚଗାଁ ଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ସିନ୍ଧେକେଲାରୁ ଇଚଗାଁ ପର୍ଯ୍ୟନ୍ତ ଅସଂଖ୍ୟ ଶ୍ରଦ୍ଧାଳୁ ଓ ବିଶ୍ୱାସୀମାନଙ୍କ ଭିଡ ଦେଖା ଯାଇଥିଲା । ପରେ ଇଁଚ ଗାଁର ମା’ ଦୁଆରସେନୀଙ୍କ ମନ୍ଦିରକୁ ବୁଢାରଜା ଯାଇଥିଲେ । ସେଠାରେ ପାରମ୍ପରିକ ରିତିନୀତିରେ ମା’ ଦୁଆରସେନୀ ଓ ବୁଢାରଜାଙ୍କ ବିବାହ ସମ୍ପନ୍ନ ହୋଇଥିଲା । ପରେ ରାତିରେ ମା’ ଦୁଆରସେନୀ ଓ ବୁଢାରଜା ସିନ୍ଧେକେଲାର ନିଜ ମନ୍ଦିରକୁ ଫେରିଥିଲେ । ଆସିବା ବାଟରେ ମାନସିକ କରିଥିବା ବହୁତ ଶ୍ରଦ୍ଧାଳୁ ମା’ ପାଖେ ଛେଳିବୋଦାକୁ ବଳି ଦେଇଥିଲେ ।

Leave A Reply

Your email address will not be published.

error: Content is protected !!