jayashree

ରାଉରକେଲାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନ୍ୟପ୍ରାଣୀ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା ଏବଂ ମାନବ-ବନ୍ୟପ୍ରାଣୀ ସହାବସ୍ଥାନ ସଚେତନତା ନେଇ ରାଉରକେଲାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ୨୦୨୬ ପାଳିତ ହୋଇଛି । ଦୀପ୍ତି ହୋଟେଲ ଠାରୁ ଆଇଜି ପାର୍କ ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସାରଦା ପ୍ରସାଦ ନାୟକ, ଡିଆଇଜି, ଆର୍‌ସିସିଏଫ୍‌, ଜିଲ୍ଲାପାଳ, ଡିଏଫ୍‌ଓ ରାଉରକେଲା ଓ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରାୟ ୧୫୦ ଛାତ୍ରଛାତ୍ରୀ ଓ ଜନସାଧାରଣ ରାଲିରେ ସାମିଲ ହୋଇ ସଚେତନତା ବାର୍ତ୍ତା ଦେଇଥିଲେ । ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଆଇଜି ପାର୍କରେ ବନ୍ୟପ୍ରାଣୀ ସଚେତନତା ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଏହା ସାଧାରଣ ଜନତାଙ୍କ ପାଇଁ ଖୋଲା ରହିଛି ।

Leave A Reply

Your email address will not be published.