jayashree

ଘରୁ ଚୋରି ମାମଲାର ପର୍ଦ୍ଦାଫାଶ, ଜଣେ ଗିରଫ, ଚୋରି ସାମଗ୍ରୀ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । କଳିଙ୍ଗ ବିହାର ଆର୍‌ଡ଼ିଏ କଲୋନୀର ଏକ ନବନିର୍ମିତ ଘରୁ ପିତ୍ତଳ ଓ ଷ୍ଟିଲ୍ ପାଣି ଟ୍ୟାପ୍, ଫିଟିଂସ୍ ଏବଂ ସାୱାର ସେଟ୍ ଚୋରି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି । ଅଭିଯୋଗକାରୀ ରମାକାନ୍ତ ସ୍ୱାଇଁ (୬୦)ଙ୍କ ଅଭିଯୋଗ ଆଧାରରେ ୨୭.୦୯.୨୦୨୬ ରେ ଛେଣ୍ଡ ଥାନା କେସ୍ ନଂ ୨୬୭ ରୁଜୁ ହୋଇଥିଲା । ବିଶ୍ୱସ୍ତ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତ ଦେଣ୍ଡୁ ଓରଫ ଆକାଶ ବୁଦ୍ (୨୦)ଙ୍କୁ ଅଟକ ରଖିଥିଲା । ପଚରାଉଚରା ବେଳେ ସେ ଚୋରି ସାମଗ୍ରୀ ଗ୍ରହଣ କରିଥିବା ଦଣ୍ଡିଆପାଲିର ରାମ ମୁହରତ ଗୁପ୍ତାଙ୍କ ନାମ ପ୍ରକାଶ କରିଥିଲା । ପୋଲିସ ତାଙ୍କ ଘର ଓ ଗୋଦାମରେ ଚଢ଼ାଉ କରି ଚୋରି ହୋଇଥିବା ୧୫ଟି ବାଥରୁମ୍ ସାମଗ୍ରୀ ସହ ଅନ୍ୟ ସନ୍ଦିଗ୍ଧ ଲୁହା କବାଡି ଜବତ କରିଛି । ଗିରଫ ଅଭିଯୁକ୍ତ ଦେଣ୍ଡୁଙ୍କ ନାମରେ ପୂର୍ବରୁ ଦୁଇଟି ଚୋରି ମାମଲା ରହିଥିବା ଜଣାପଡ଼ିଛି । ରାମ ମୁହରତ ଗୁପ୍ତା (୬୫)ଙ୍କୁ ବିଏନ୍‌ଏସ୍‌ଏସ୍‌ ଧାରା ୩୫(୩) ଅନୁଯାୟୀ ନୋଟିସ ଦିଆଯାଇଛି । ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.