
ତୁରେକେଲା, (କେପିଏନ୍ଏସ୍) : ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ଅଠେଇଶ ତାରିଖରେ ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଇଥାଏ । ତଦାନୁସାରେ ଚଳିତ ବର୍ଷର ଜଳାନ୍ତକ ଦିବସ ତୁରେକେଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରତାପ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ଦୀପ ପ୍ରତୀକ ଏବଂ କଣ୍ଟାବାଞ୍ଜି ପ୍ରାଣୀ ଚିକିତ୍ସକ ଅଞ୍ଜଳି ପ୍ରଧାନଙ୍କ ସହାୟତାରେ ବିଭିନ୍ନ ବିଦ୍ୟାଳୟ ଯଥା ତୁରେକେଲା, ରାମୋଡ, ଝରଣୀ, ଚଟୁଅନକା, କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟ ଓ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟରେ ସଚେତନତା ସଭା କରାଯାଇଥିଲା । ସଭାରେ ଛାତ୍ରଛାତ୍ରୀମାନଙ୍କୁ ଜଳାନ୍ତକ ରୋଗର ଲକ୍ଷଣ, ଭୟାବହତା ଓ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ସଚେତନ କରାଯାଇଥିଲା । ପରିଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ସହଯୋଗ ପାଇଁ ପ୍ରାଣୀ ଚିକିତ୍ସା ବିଭାଗ ତୁରେକେଲା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।