jayashree

ରାଜ୍ୟସ୍ତରୀୟ “ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର” ପାଇଁ ସାହିତ୍ୟିକ ଆଭାସ କୁମାର ବରାଳ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ ‘ରଚନା’ ପ୍ରତି ବର୍ଷ ଏହାର ପ୍ରତିଷ୍ଠାତା-ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ ଆୟୋଜନ କରିଆସୁଛି । ଏଥିରେ ଓଡ଼ିଆ ସାହିତ୍ୟର ଜଣେ ଲେଖକଙ୍କୁ ରାଜ୍ୟସ୍ତରୀୟ “ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର” ସ୍ୱରୂପ ଉତ୍ତରୀୟ ଓ ସମ୍ମାନଫଳକ ସହିତ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ଏହି ପୁରସ୍କାର ପାଇଁ ସାହିତ୍ୟିକ ଆଭାସ କୁମାର ବରାଳ ମନୋନୀତ ହୋଇଛନ୍ତି । ତାଙ୍କର ଏ ଯାଏଁ ଦଶଟି ଗଳ୍ପ ସଂକଳନ ଓ ଗୋଟିଏ କବିତା ‌ପୁସ୍ତକ ପ୍ରକାଶିତ ଯାହା ପାଠକ ମହଲରେ ବେଶ୍ ଆଦୃତ । ବିଶେଷତଃ ଗଳ୍ପ ସାହିତ୍ୟରେ ତାଙ୍କର ନିରନ୍ତର ସୃଜନଶୀଳ ପ୍ରୟାସ, ନୂତନ ଭାବନା ଓ ପରୀକ୍ଷାମୂଳକ ଲେଖନଶୈଳୀ ତାଙ୍କୁ ଓଡ଼ିଆ ସାହିତ୍ୟର ଏକ ଉଲ୍ଲେଖନୀୟ ସ୍ୱର ଭାବେ ପରିଚିତ କରିଛି । ଆସନ୍ତା ରବିବାର ସନ୍ଧ୍ୟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅତିଥି ବକ୍ତା ଭାବରେ ପ୍ରଫେସର କାଳିଦାସ ମିଶ୍ର “ପରିଚୟ ଖୋଜୁଛି ମଣିଷ” ବିଷୟରେ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ବୋଲି ‘ରଚନା’ର ସଭାପତି ସନାତନ ଠାକୁର ଜଣାଇଛନ୍ତି ।

Leave A Reply

Your email address will not be published.