
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୂଡ଼ାପାଲିରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ହୋଇଯାଇଛି । ପରିଚାଳନା ସମିତିର ସଭାପତି କ୍ଷୀରୋଦ୍ର କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ପରିଚାଳନା ସମିତିର କୋଷାଧ୍ୟକ୍ଷ ବୈଷମ୍ପାୟନ ଥନାପତି ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ସକାଳୁ ସମସ୍ତ ଶିଶୁଭାଇ ଭଉଣୀ ମାନେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।