jayashree

ହାଇୱା ଧକ୍କାରେ ଜଣେ ମୃତ, ୨ ଗୁରୁତର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବରଗଡ଼- ବୋରିଗୁମ୍ମା ଏନ୍‌ଏଚ୍‌ ୨୬ ଡୁଙ୍ଗୁରିପାଲି ଏଫ୍‌ସିଆଇ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ଏକ ହାଇୱା ଦୁଇଟି ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଜଣେ ବାଇକ୍ ଆରାହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ବାଇକ୍ ଆରୋହୀ ହେଲେ ଝାଡ଼ଖଣ୍ଡ ରାଜ୍ୟର ସୋଏବ ଖାନ ଓ ଆହତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟର ଅଭିଜିତ ଖାନ୍ ଓ ଖୁଣ୍ଟପାଲି ଗ୍ରାମର ଚିଦାନନ୍ଦ ବାଙ୍କ । ସୋଏବ ଓ ଅଭିଜିତ ଗୋଟିଏ ବାଇକରେ ଥିବାବେଳେ ଚିଦାନନ୍ଦ ଅନ୍ୟ ଏକ ବାଇକ୍‌ରେ ଥିଲେ । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ ପୋଲିସ ଟିମ୍ ସହ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ବରଗଡ଼ ପଟୁ ଆସୁଥିବା ଫ୍ଲାଏ ଆସ ବୋଝେଇ ହାଇୱା ବାଇକକୁ ମୁହାମୁହିଁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା । ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହୀ ଝାଡଖଣ୍ଡର ସୋଏବ ଖାନ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ପୋଲିସ ଦୁର୍ଘଟଣା ଘଟାଇ ଫେରାର ଥିବା ହାଇୱା (ନଂ.ଓଡି ୦୩ଏଜେ ୪୦୮୮)କୁ ଜବତ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.