jayashree

ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ : ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଲେ ଉପଜିଲ୍ଲାପାଳ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆମଦେଶ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ତୁଷାର କାନ୍ତ ମହଲାଙ୍କ ନିର୍ଦ୍ଦେଶନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଯୋଗଦେଇ ପତାକା ଉତ୍ତୋଳନ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ପରେ ନିଜର ଅଭିଭାଷଣ ରଖିଥିଲେ । ଏହାପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶ ଭକ୍ତି ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ସ୍ୱାଧୀନତା ଦିବସ ପାଇଁ ଆୟୋଜିତ କରାଯାଇଥିବା ବକ୍ତୃତା, ନୃତ୍ୟ, ସଙ୍ଗୀତ, ସାଧାରଣ ଜ୍ଞାନ ଏବଂ ଅନ୍ୟ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ତହସିଲଦାର ଶଙ୍କର ବାଗ, ସିଡିପିଓ ଶ୍ରୀମତୀ ସୁଷମା ପାଢ଼ୀ, ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ସହାୟକ ଜିଲ୍ଲାପାଳ ହରେକୃଷ୍ଣ ମେହେର, ଥାନାଧିକାରୀ ମନୋଜ କୁମାର ମୁଣ୍ଡା ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଅବସର ପ୍ରାପ୍ତ ଶିକ୍ଷକ ଚିନ୍ତା ମଣି ମହାପାତ୍ର । ଏହାପରେ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଟିଟିଲାଗଡ ଉପକାରାଗାରରେ ରହୁଥିବା ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସେହିପରି ଏସସିଡି ସେଣ୍ଟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ଏହି ଦିବସ ପାଳନ କରିବା ସହ ତାଙ୍କୁ ମଧ୍ୟ ଲାୟନ୍ସ କ୍ଲବ ତରଫରୁ ଉପହାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.