jayashree

ଝାରଖଣ୍ଡ ନମ୍ବର ଥିବା କାରରେ ଆସି ବ୍ୟବସାୟୀଙ୍କୁ ଅପହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାରଖଣ୍ଡ ନମ୍ବର ଥିବା କାରରେ ଆସି ବ୍ୟବସାୟୀଙ୍କୁ ଅପହରଣ କରିଥିବା ନେଇ ବଡ଼ ସୂଚନା ରହିଛି । ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ରାଜ ମହଲ ହୋଟେଲ ମାଲିକ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ସାହୁ ନିଖୋଜ ଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ପରିବାର ଲୋକେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ କରିଛନ୍ତି । ଅପହରଣ ସମୟରେ ବ୍ୟବସାୟୀ ନରେନ୍ଦ୍ର ଏକ ବ୍ଲାକ କଲର ଜେମିନି ଗାଡ଼ିରେ ଥିବା ବେଳେ ତାଙ୍କୁ ଏକ ଝାରଖଣ୍ଡ ନମ୍ବର ଥିବା ଗାଡ଼ି ବ୍ୟବହାର କରି ଅପହରଣକାରୀ ମାନେ ଆସି ତାଙ୍କୁ ଅପହରଣ କରିଥିବା ବଲାଙ୍ଗିର ପୋଲିସ ସନ୍ଦେହ କରୁଛି । ବଲାଙ୍ଗିର ଟୋଲ୍ ଗେଟରେ ଅପହରଣକାରୀଙ୍କ ଫୁଟେଜ ବି ପୋଲିସ ହାତରେ ଲାଗିଛି । ସ୍ୱାଧୀନତା ଦିବସ ସତ୍ତ୍ୱେ ମଧ୍ୟ ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି । ବଲାଙ୍ଗିର ଏସ୍‌ପି ଖୋଦ୍ ଘଟଣାର ତଦନ୍ତ କରିଥିବା ଜଣାପଡିଛି ।

Leave A Reply

Your email address will not be published.