
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ବେଶ୍ ଜଣାଶୁଣା ବ୍ୟବସାୟୀ ରାଜ ମହଲ ହୋଟେଲ ମାଲିକ ନରେନ୍ଦ୍ର ସାହୁ (ଗୁଣ୍ଡା ସାହୁ) ନିଖୋଜ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରାଯାଇଛି । ପରିବାର ଲୋକ ତାଙ୍କୁ ଅପହରଣ କରି ନେଇଥିବା ନେଇ ମଧ୍ୟ ସନ୍ଦେହ କରୁଥିବା ଜଣାପଡିଛି । ବଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଥିବା ନେଇ ବଲାଙ୍ଗିର ଏସପି ସୂଚନା ଦେଇଛନ୍ତି ।